କିର୍କାକାନି ରେ ଗୋଲାମୁଣ୍ଡା ବନ ବିଭାଗ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ


ଭବାନୀପାଟଣା ୦୪/୭(ଶ୍ୟାମସୁନ୍ଦର ମାଝୀ) ବନ ମହୋତ୍ସବ ହେଉଛି ଲୋକଙ୍କୁ ବୃକ୍ଷ ରୋପଣ ଏବଂ ଦେଶରେ ଅଧିକ ଜଙ୍ଗଲ ସୃଷ୍ଟି କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ଆଜି କଳାହାଣ୍ଡି ଜିଲ୍ଲା କେଗାଁ ବନାଞ୍ଚଳ ଗୋଲାମୁଣ୍ଡା ସେକସନ ଟେକପଡ଼ା ଠାରେ ଆଜି ୭୪ତମ ବନୋମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ କିର୍କାକାନି ଜଙ୍ଗଲ ସୁରକ୍ଷା ସମିତି ସଭାପତି ପ୍ରେମଲାଲ ମାଝୀ, ସୁଫଳ ମାଝୀ ,ୱାର୍ଡ ସଭ୍ୟ ସଦନୁ ବିଶି,ଗୋଲାମୁଣ୍ଡା ବନପାଳ ରମେଶ କୁମାର ପଣ୍ଡା,ବନରଖି ଜିତେନ୍ଦ୍ର ନାଏକ,ହିମାଂଶୁ ବିହାରୀ,ସୋନାଲି ସଙ୍ଘମିତ୍ରା ସାହୁ,ତଥା ସ୍ବେଛାସେବୀ ରାଜେଶ ବିଶି, ଲବକାନ୍ତ ବରିହା ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ ଗଛଗୁଡିକ ଖାଦ୍ୟ ଉତ୍ସର ଉତ୍ପାଦନ ବୃଦ୍ଧି କରେ , ଗୋରୁ ତଥା ଅନ୍ୟ ପ୍ରାଣୀ ଏବଂ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଏବଂ ଛାୟା ଯୋଗାଇଥାଏ, ମରୁଡ଼ି ହ୍ରାସ କରେ ଏବଂ ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରିଥାଏ ବୋଲି ସମାଜସେବୀ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ ।

Post a Comment

Previous Post Next Post