ନୂଆପଡା (ପରମେଶ୍ୱର ମେହେର) ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମ ରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ବିଭିନ୍ନ ମିଶନମୋଡ଼ ରେ ଜନସହଭାଗୀତା ଦ୍ୱାରା ଅଗ୍ରସର ହେଉଥିବା ବେଳେ ରକ୍ତସୀକୁଳି ଜନୀତ ରକ୍ତହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି।ସୂଚନା ଯୋଗ୍ୟଯେ ସର୍ବଭାରତୀୟ ସ୍ତରରେ ଏହି ଅଭିଯାନ ଆରମ୍ଭ ହୋଇସାରିଛି।ଏହି କ୍ରମରେ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ର ରେ ଅଭିଯାନ ର ଶୁଭ ଆରମ୍ଭ ହୋଇଥିଲା ବେଳେ ବୋଇର ଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ଜାମ ଗାଁ ର ଅଙ୍ଗନବାଡି କେନ୍ଦ୍ର ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥିଭାବେ ଡାକ୍ତର ସଂଜୀବ କୁମାର ନାଏକ ସ୍ବାସ୍ଥ୍ୟ ଅଧିକାରୀ, ଶାନ୍ତା ବାରିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଅକ୍ଷୟ କୁମାର ମିଶ୍ର, ବ୍ଲକ କାର୍ଯ୍ୟକ୍ରମ ପରିଚାଲକ,ଡାକ୍ତର ମାଝୀ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଗଗନ ନାଏକ ବ୍ଲକ ଡାଟା ପରିଚାଳକ, ଦିପେଶ କୁମାର ପତି ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ବବିତା ବେହେରା ମହିଳା ସ୍ୱାସ୍ଥ୍ୟ କର୍ମୀ, ଡିଙ୍ଗର ଦଳପତି ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ପ୍ରମୁଖ ମଞ୍ଚା ସିନ ହୋଇ ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କୁ ରକ୍ତସୀକୁଳି ଜନୀତ ରକ୍ତହୀନତା ର ଲକ୍ଷଣ, ନିରାକାର, ସ୍ୱାସ୍ଥ୍ୟ ଗତ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।ଅତିଥି ମାନେ ମୁଖ୍ୟତଃ ଆନୁବଂଶୀୟ , ବିଭିନ୍ନ ଜାତି, ସମ୍ପ୍ରଦାୟ ରେ ଏହା କିପରି ଦ୍ରୁତ ଗତିରେ ବଢିଚାଲିଛି ସେ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ।ଏହା ବ୍ୟତୀତ ରକ୍ତସୀକୁଳି ଜନୀତ ରକ୍ତହୀନତା ରେ ପୀଡିତ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଏହି ପ୍ରମାଣ ପତ୍ର ଗୁଡ଼ିକ ବହୁତ ଶିଘ୍ର ସ୍ମାର୍ଟ କାର୍ଡ ରେ ରୂପାନ୍ତରିତ ହେବ ବୋଲି ଅବଗତ କରାଇଥିଲେ।କାର୍ଯ୍ୟକ୍ରମ ସଫଳ ଆୟୋଜନ କରିବାରେ ସମସ୍ତ ଆଶା ଏବଂ ଅଙ୍ଗନବାଡି କର୍ମୀ ସହଯୋଗ କରିଥିବା ବେଳେ ପରିଶେଷରେ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଦିପେଶ କୁମାର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment