ତୁରେକେଲା କ୍ଳଷ୍ଟରର ବିଦ୍ୟାଳୟରେ ପୋଷାକ ବଣ୍ଟନ


କଣ୍ଟାବାଞ୍ଜି ୨୭/୦୭ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପୋଷାକ ବିତରଣ କରଯାଇଥିଲା।ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଭାନୁ ବେହେରା ଓ ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ ଯୋଗ ଦେଇଥିଲେ।ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ ଓ ଯୋତା ଦିଆଯାଇଥିଲା।ଏହି ସଭାରେ ଶିକ୍ଷକ ରବୀନ୍ଦ୍ର ରଥ,ପ୍ରେମରାଜ ପାଣିଗ୍ରାହୀ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ,ଶୁଭଦୀପ୍ତା ଦାଶ, ଉପସଭାପତି ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ।ଠିକ ସେହିପରି ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଧରିତ୍ରୀ ମେହେର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ ଓ ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ପୀତାମ୍ବର ଲୁହା ପୋଷାକ ବାଣ୍ଟିଥିଲେ।ଉଭୟ ବିଦ୍ୟାଳୟରେ ଏବିଇଓ ଚନ୍ଦ୍ରଭାନୁ ବେହେରା ଓ ସିଆରସିସି ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ।

Post a Comment

Previous Post Next Post