ବାଲେଶ୍ଵର,୨୦/୭(ଲକ୍ଷ୍ମୀଧର ବାରିକ):ନୀଳଗିରି ଥାନା ଅଧିନ ମିତ୍ରପୁର ଛକ ନିକଟ ହାଟପଡିଆରେ ବାଇକ ଚୋରି କରୁଥିବା ସମୟରେ ଧରା ପଡିଲେ ଦୁଇ ଚୋର ,ନିସ୍ତୁକ ମାଡ ପରେ ପୋଲିସର ଜିମା ଦେଲେ ଲୋକେ।ସୁଚନା ଯୋଗ୍ୟ ଆଜି ମିତ୍ରପୁର ଖେଳପଡିଆରେ ହାଟ ପାଳି ଥିବାରୁ ଅନେକ ଭିଡ ହୋଇଥିଲା ଏହାର ସୁଯୋଗ ନେଇ ବାଲେଶ୍ବର ନୂଆସାହି ଅଞ୍ଚଳର ଦୁଇଜଣ ବାଇକ ଲୁଟେରା ଶୁଭମ ପରିଧାନ ଦୋକାନ ସମ୍ମୁଖରେ ଥିବା ଏକ ପ୍ୟାସନ ପ୍ଲସ ଗାଡି ଯାହାର ନମ୍ବର (ଓଆର-୦୧-ୟୁ-୨୪୧୮) କୁ ଚୋରି କରିବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକେ ଦେଖି ମାଡି ବସିଥିଲେ।ଗାଡିଟି ଚାନ୍ଦିପୁର ଅଞ୍ଚଳର ସୁଦର୍ଶନ ଦାସ ଙ୍କ ପୁଅ ସିପା ଦାସ ଙ୍କର ଜଣାପଡିଥିବା ବେଳେ ସିପା କୌଣସି କାର୍ଯ୍ୟରେ ମିତ୍ରପୁର ଆସିଥିଲେ ବୋଲି ଜଣାପଡିଛି।ପୂର୍ବରୁ ୮ ଦିନ ହେବ ମଧ୍ୟ ଏକ ନୀଳ ରଙ୍ଗର ପ୍ଲାଣ୍ଟିନା ବାଇକ ଯାହାର ନମ୍ବର (ଓଆର-୦୧-ଏନ-୧୪୨୫ ) ଯାହା ବିଜୟ ସାହୁଙ୍କ ନାମରେ ରହିଛି ଉକ୍ତ ଗାଡିଟିକୁ ମଧ୍ୟ ଚୋରି କରି ଆଣିଥିବାର ବୋଲି ଜଣାପଡୁଛି।ଚୋର ଙ୍କୁ ଧରିବା ପରେ ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ନୀଳଗିରି ପୋଲିସ ଉଭୟ ଲୁଟେରାଙ୍କୁ ଅଟକ ରଖି ପଚରା ଉଚୁରା ଯାରିରଖିଛି।ନୀଳଗିରି ଅଞ୍ଚଳରେ ଦିନକୁ ଦିନ ବାଇକ ଚୋରି ବଢିବାକୁ ଲାଗିଛି ,ପୋଲିସ ଦ୍ବାରା ଧରାଯାଉଥିବା ଚୋରମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ଚୋର ମାନେ ଚୋରି କରିବା ପାଇଁ ସାହାସ କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ।
ବାଇକ ଚୋରି ବେଳେ ଚୋରକୁ ଧରିଲେ ଲୋକେ ,ନିସ୍ତୁକ ମାଡ
ଆଜତକ ଓଡ଼ିଶା
0
Post a Comment