ବାଲେଶ୍ୱର,୨୦/୭ (ଲକ୍ଷ୍ମୀଧର ବାରିକ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୫ଟି ସଚିବ ଭି.କେ,ପଣ୍ଡିଆନଙ୍କ ବାହାନଗା ଗସ୍ତ ଅବସରରେ ବାହାନଗା ମେଡିକାଲର ଟ୍ରମା କେୟାର ସେଣ୍ଟର ସ୍ଥାପନ ନିମନ୍ତେ ଦିଆ ଯାଇଥିଲା ଦାବିପତ୍ର । ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିବାର ଜଣା ପଡ଼ିଛି । ଟ୍ରମା ସେଣ୍ଟର ପାଇଁ ଅଢ଼େଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ବରାଦ ଅନୁମୋଦନ ହୋଇ ଥିବାର ଜଣା ପଡ଼ିଛି । ସେହି ଅନୁସାରେ ଆଜି ଜିଲ୍ଲା ସହ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ପରିବାର ନିୟୋଜନ ବିଭାଗର ଡାକ୍ତର ପରେଶ କୁମାର ନନ୍ଦି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସହାୟକ ଯନ୍ତ୍ରୀ ମନୋରଞ୍ଜନ ବେହେରା, ବ୍ଲକ ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଧୀରେଶ ଷଡ଼ଙ୍ଗୀ ମେଡିକାଲ ପରିସରରେ ପାହଂଚି ସ୍ଥିତି ପରଖିବା ସହ ଟ୍ରମା ସେଣ୍ଟର ପାଇଁ ଆବେଦନ କରିଥିବା ଅଞ୍ଚଳବାସୀଙ୍କ ଉପସ୍ଥିତରେ ରାଜ୍ୟସରକାର ୫ଟି ରେ ରୂପାନ୍ତରିତ କରି ଅଢ଼େଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅର୍ଥ ମଞ୍ଜୁର କରିଥିବାର ସୂଚନା ଦେଇ ଥିଲେ । ଏଥି ପାଇଁ ଅଂଚଳବାସୀ ତରଫରୁ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ସହ ବିଧାୟକ ସୋର ପର୍ଶୁରାମ ଧଡା ଓ ନୀଳଗିରିର ବିଧାୟକ ପାର୍ଥି ସନ୍ତୋଷ ଖଟୁଆ ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ଛନ୍ତି ।
ବାହାନଗା ମେଡିକଲର ଟ୍ରମା ସେଣ୍ଟର ପାଇଁ ଅନୁମୋଦିତ ହେଲା ଅଢ଼େଇ କୋଟି
ଆଜତକ ଓଡ଼ିଶା
0
Post a Comment