ସମାଜ ସେବାକୁ ନିଶା ରୂପେ ଆଦରକରିଛନ୍ତି ବିଶ୍ଵଜିତ୍


ପୁରୀ (ଆଜତକ୍ ଓଡ଼ିଶା) ଆଜିର ବେସ୍ତ ବହୁଳ ଜୀବନ ଭିତରେ ମଣିଷ କେବଳ ନିଜ ସ୍ବାର୍ଥ ପଛରେ ଦୌଉଡୁଥିବା ଦେଖିବାକୁ ମିଳୁଛି । ନିଜ ବ୍ୟବସାୟ ନିଜ କାର୍ଯ୍ୟଳୟ ପାରିବାରିକ ସମସ୍ୟା ଭିତରେ ବୁଡ଼ିରହି ସମାଜ ଓ ସାମାଜିକ କର୍ତ୍ତବ୍ୟକୁ ଭୁଲିଯାଉଛି କିନ୍ତୁ ଆଜିବି ଏମିତି କିଛି ଯୁବକ ଅଛନ୍ତି ଯିଏ ନିଜ ସ୍ବାର୍ଥକୁ ପଛରେ ପକାଇ ଗରିବ ଅସହ୍ୟାୟଙ୍କ ସେବାକୁ ନିଜ ନିଶା ଭାବରେ ଆଦରି ନେଇଛନ୍ତି । ସେ ଭଳି ଜଣେ ଯୁବକ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳ ବିଶ୍ଵଜିତ୍ ପ୍ରଧାନ (୨୨) ବିଶ୍ୱଜତ୍ ଗରିବ ଅସହାୟଙ୍କ ଆଶାବାଡି କହିଲେ ଅତ୍ୟୁକ୍ତି ହେବନାହିଁ । କେଉଁଠି ଗରିବ ଆସହାୟ ବୃଦ୍ଧ ବୃଦ୍ଧାଙ୍କ ଭତା ଅବାସ ଯୋଜନା କରେଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ତ କେଉଁଠି ଗରିବ ଅନାଥ ଶିଶୁଙ୍କୁ ସରକାରୀ ସାହାୟତା ଯୋଗେଇ ଦେବା ପାଇଁ ଦାବି କରନ୍ତି ।

ବିଧବା ଭତା କରାଇବାଠାରୁ ଆରମ୍ଭକରି ରୋଗୀଙ୍କ ସହାୟତା ପାଇଁ ସଦାସର୍ବଦା ତପୂରିତା ତାଙ୍କୁ ଏକ ସ୍ଵତନ୍ତ ପରିଚୟ ପ୍ରଦାନ କରିଛି । ଲୋକଙ୍କ ସେବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ବିଶ୍ୱଜିତ୍ କୁହନ୍ତି । ଟୁଇଟର, ଫେସବୁକ୍, ହାଟ୍ସାଆପ ଆଦି ସାମାଜିକ ଗଣମାଧ୍ୟମରେ ଅସହାୟ ସମସ୍ୟାକୁ ସେୟାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।କେତେବେଳ ଗଣମାଧ୍ୟମ ଜରିଆରେ ଖବର ପ୍ରସାରିତ କରି ଗରିବ ଅସାହାୟ ସମସ୍ୟାର ସମାଧାନ କରିଥିବା ପୂର୍ବରୁ ନଜର ଅଛି । ତାଙ୍କର ଏ ସେବା କରିବା ନିଶା କେବଳ ପୁରୀ ଓ ବ୍ରହ୍ମଗିରୀ ସୀମିତ ନୁହଁ ରାଜ୍ୟର ବିଭନ୍ନ ସ୍ଥାନର ସମସ୍ୟାକୁ ସମାଧାନ କରିବାକୁ ସଦାସର୍ବଦା ଚେଷ୍ଟିତ । ରାସ୍ତାଘାଟ ଠାରୁ ଆରମ୍ଭ କରି ଗ୍ରାମ ଠୁ ସହର ବିଭିନ୍ନ ସମସ୍ୟାକୁ ସେ ଉଭୟ ଗଣମାଧ୍ୟମ ଏବଂ ସମାଜିକ ଗଣମାଧ୍ୟମ ଜରିଆରେ ବିଭାଗୀୟ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଚେଷ୍ଟା କରନ୍ତି । ବିଶ୍ବିଜିତ୍ ଏ ଭଳି ସମାଜସେବା ଆଗ୍ରହ ପାଇଁ ସେ ତାଙ୍କ ବାପା ମା ଓ ପାରିବାରକୁ ଶ୍ରେୟ ଦେଇଛନ୍ତି । ଏ ଭଳି ସେବା ମନ ଭାବ ପାଇଁ ପୁରୀ ବାସୀ ତାଙ୍କୁ ସାଦୁବାଦ ଜଣେଇଛନ୍ତି।

Post a Comment

Previous Post Next Post