କାଳବୈଶାଖୀ ରେ କ୍ଷତିଗ୍ରସ୍ତ ଙ୍କୁ ସହାୟତା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା


କଲମପୁର ୦୪/୦୭ (ଶରତ ଚନ୍ଦ୍ର ସୁନାନି) କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବିଜେପି ଓ କ୍ଷତିଗ୍ରସ୍ତ ପରିବାର । ଗତ ମଇ ମାସ ୨୬ ତାରିଖରେ ହେଇଥିବା କାଳବୈଶାଖୀ ରେ କଲମପୁର ଅଞ୍ଚଳର ସାଗବାରି,ବରଗାଁ, ପୋଟେସ,ପାଜେନ ଗାଁ ସହ ଅନେକ ଗ୍ରାମର ପରିବାର ଉପରେ ଚଡ଼କ ପଡ଼ିଥିଲା । କାହା ଘରର ଛାତ ଉଡ଼ିଥିଲା ତ ଆଉ କାହା ଘରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ହନ୍ତସନ୍ତ ହୋଇଥିଲେ ପରିବାର । ଏନେଇ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ତହସିଲଦାର ଜୁନ ୬ ତାରିଖ ରେ ଏକ ଲିଖିତ ଅଭିଯୋଗ କରିଥିଲା କଲମପୁର ବିଜେପି । ଅଭିଯୋଗର ୧୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ନଯୋଗାଇଲେ ବିଜେପି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲା ବିଜେପି । ୧୫ ଦିନରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୀଡ଼ିତ ପରିବାରକୁ କୌଣସି ସରକାରୀ ସହାୟତା ଯୋଗାଇ ନଦେବା ଫଳରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୀଡ଼ିତା ପରିବାରକୁ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ମତ ରଖିଛି ବିଜେପିଦଳ । ଆଜିର ଏହି ଧାରଣା ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ଜିଲ୍ଲା ବିଜେପି ଉପସଭାପତି ଲକ୍ଷ୍ମୀ ରଞ୍ଜନ ବାଗ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ବ୍ଲକ ସଭାପତି କମଲ ବାଗ,ଜନ୍ମେଜୟ ନାଏକ, ବିଜୟ ପଣ୍ଡା,ସୁଧୀର ରାଉତ,ନୀଳକଣ୍ଠ ସୁନାନୀ,ହରେକୃଷ୍ଣ ସାହୁ,ସୁଧୀର ବାଗଙ୍କ ସମେତ କ୍ଷତିଗ୍ରସ୍ତ ପରିବାର ଧାରଣାରେ ସାମିଲ ଅଛନ୍ତି ।

Post a Comment

Previous Post Next Post