ଭବାନୀପାଟଣା ୦୩/୭ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା କେଗାଁ ବନାଞ୍ଚଳ ଗୋଲାମୁଣ୍ଡା ସେକସନ ଫରେଷ୍ଟ ବିଟ ବୋକ୍ରାସିଲା ଠାରେ ୭୪ତମ ବନୋମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ,ବୋକ୍ରାସିଲା ଜଙ୍ଗଲ ସୁରକ୍ଷା ସମିତି ସଭାପତି ସନ୍ଥମସୀ ବାଗ, ସୁନ୍ଦର ବିଶି, ତ୍ରିଲୋଚନ ବାଗ , ବନପାଳ ରମେଶ କୁମାର ପଣ୍ଡା,ବନରଖି ଜିତେନ୍ଦ୍ର ନାଏକ,ହିମାଂଶୁ ବିହାରୀ,ସୋନାଲି ସଙ୍ଘମିତ୍ରା ସାହୁ,ତଥା ସ୍ବେଛାସେବୀ ରାଜେଶ ବିଶି, ଲବକାନ୍ତ ବରିହା ପ୍ରମୁଖ ଯୋଗଦେଇଥିଲେ ଓ ଚାରା ରୋପଣ କରିଥିଲେ । ବିଶେଷ କରି ଜନସାଧାରଣଙ୍କୁ ଜଙ୍ଗଲ ସମ୍ପଦ ର ଉପକାରିତା ବନ୍ୟ ଜନ୍ତୁ ସଂରକ୍ଷଣ, ନିଆଁ ଦାଉରୁ ରକ୍ଷା କରିବା ଉପରେ ସଚେତନତା କରିବା ସହ ଜଙ୍ଗଲ ଦ୍ୱାରା ପରିବେଷ ସୁରକ୍ଷା,ପ୍ରଚୁର ଅମ୍ଳଜାନ ସୃଷ୍ଟି,ପ୍ରାକୃତିକ ଜୈବିକ ସାର ଉତ୍ପାଦନ ବିଶେଷ କରି ଜଙ୍ଗଲ ଯୋଗୁଁ ଆଦିବାସୀ ଅଂଚଳରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଲୋକଙ୍କ ଜୀବନ ଜୀବିକା ର ଉନ୍ନତି ଘଟିଥାଏ ବୋଲି ସମାଜସେବୀ ଶ୍ରୀ ଅଗ୍ରୱାଲ ମତ ପ୍ରକାଶ କରିଥିଲେ ।

Post a Comment