ମେଟାପାଡୁରେ ବଢୁଛି ଝାଡ଼ାବାନ୍ତି, ଦୁଇ ମୃତ


କୋରାପୁଟ : (ଆଜତକ୍ ଓଡ଼ିଶା) ମେଟାପାଡୁରେ ବଢୁଛି ଝାଡ଼ାବାନ୍ତି । ତିନି ଦିନରେ ଦୁଇ ମୃତ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ୍‌ ଅନ୍ତର୍ଗତ ତଳ ଗୋଲୁର ପଞ୍ଚାୟତର ମେଟା ପାଡୁ ଗ୍ରାମରେ ବ୍ଯାପିଛି ଝାଡ଼ାବାନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ପଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍‌ତନ୍ତ୍ର ଟିମ ଗଠନ କରାଯାଇ ଅସ୍ଥାୟୀ କ୍ଯାମ୍ପ କରି ସ୍ଥିତି ଉପରେ ନଜର ରଖାଯାଇଛି । ଝାଡାବାନ୍ତିର କାରଣ ଖୋଜିବାକୁ ଅନୁଧ୍ୟାନ କରି ପାନୀୟଜଳ ସହ ବିଭିନ୍ନ ସେମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ଝାଡ଼ାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ କହିଛନ୍ତି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ । ଅନ୍ଯପଟେ ଆକ୍ରାନ୍ତ ଗାଁର ତିନି କିଲୋମିଟର ମଧ୍ୟରେ ସମସ୍ତ ଗ୍ରାମକୁ ଯାଇ ଲୋକଙ୍କ ଚିକିତ୍ସା କରାଯାଉଛି। ଆବଶ୍ଯକ ହେଲେ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି ।

Post a Comment

Previous Post Next Post