ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ ସଭାପତି ଭାବେ ନିର୍ବାଚିତ ହେଲେ ଗଣେଶ ଭାଟି


ଭବାନୀପାଟଣା ,୨୮/୭ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ଗ୍ରାମ ପଞ୍ଚାୟତ ରଏନଗୁଡା ଗ୍ରାମର ଗଣେଶ ଭାଟି କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଯୁବ କଂଗ୍ରେସର ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ଗତ ମଙ୍ଗଳବାର ଦିନ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏଥି ପୂର୍ବରୁ ଗଣେଶ ଭାଟି କଲାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ ଓ କଲାହାଣ୍ଡି ଜିଲ୍ଲାର ଯୁବ ନେତା ଭାବରେ ବେଶ୍ ପରିଚିତ ମଧ୍ୟ ଥିଲା। ଗଣେଶ ଭାଟି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ ସଭାପତି ଭାବେ ନିର୍ବାଚିତ ହେବା ପରେ ଆଗାମୀ ଦିନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସୁଖରେ ଦୁଃଖରେ ଛିଡ଼ା ହୋଇ ସମସ୍ୟା ର ସମାଧାନ କରିବେ ବୋଲି କହିଛନ୍ତି। ସେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଜଣାପଡ଼ିଛି।

Post a Comment

Previous Post Next Post