ବେକାର ବି.ଏଡ୍/ସିଟି ମହାସଂଘ ର ସାମ୍ବାଦିକ ସମ୍ମିଳନୀ


ଜଳେଶ୍ଵର ବ୍ଲକ ୨୮/୭, (ଜଗନ୍ନାଥ ଗୋଛାୟତ) ଓଡ଼ିଶାର ବେକାର ପୁରୁଣା ସିଟି/ବି.ଏଡ ମହାସଂଘ ତରଫରୁ ୧୯୯୦-୯୧ ପୂର୍ବରୁ ଓ ୨୦୦୦-୨୦୦୧ ଶିକ୍ଷା ବର୍ଷ ସୁଦ୍ଧା ନିଯୁକ୍ତି ରୁ ବଞ୍ଚିତ ହୋଇଥିବା ଓଡ଼ିଶାର ପ୍ରାୟ ୧୦ ହଜାର ରୁ ଅଧିକ ତାଲିମଧାରୀ ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରେ ଦୀର୍ଘଦିନ ଧରି ଦାବୀ କରି ଆସୁଥିଲେ। ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବୀକୁ ଗ୍ରହଣ କରି ଭୁବନେଶ୍ୱର ଶଙ୍ଖ ଭବନ ଠାରେ ପୂର୍ବରୁ ପ୍ରଦାନ କରା ଯାଇଥିବା ଦାବୀପତ୍ର ସମ୍ବନ୍ଧରେ ମାନ୍ୟବର ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଂଗଠନ ର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଅତିଥି ଶିକ୍ଷକ ନିଯୁକ୍ତି ଦେବା ନିମନ୍ତେ ପ୍ରତିଶୃତି ଦେବା ସହିତ ସମସ୍ତ ପିଲା ମାନଙ୍କର ବାୟୋଡାଟା ସମ୍ବନ୍ଧୀୟ କାଗଜପତ୍ର ଆସନ୍ତା ୧୧ ତାରିଖ ସୁଦ୍ଧା ବିଭାଗୀୟ ସଚିବଙ୍କ ଠାରେ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।ପୂର୍ବରୁ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବିଭାଗୀୟ ମନ୍ତ୍ରୀ, ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଠାରେ ସଂଘ ପକ୍ଷରୁ ଦାବୀ ହୋଇ ଆସୁଥିବା ବେଳେ ବି.ଏଡ୍/ସିଟି (ପୁରୁଣା) ପିଲାଙ୍କର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ମନ୍ତ୍ରୀ, ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ଚରଣ ମାରାଣ୍ଡି, ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କୁ ମହାସଂଘ ତରଫରୁ ରାଜ୍ୟ ପୂର୍ବତନ ସଭାପତି ତଥା ମୁଖ୍ୟ ସଂଯୋଜକ ପତିତପାବନ ପ୍ରଧାନ ବରିଷ୍ଠ ଆଇନଜୀବି ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ଉକ୍ତ ସଭାରେ ରାଜ୍ୟ ସଭାପତି ଗୋପବନ୍ଧୁ ମୁଦୁଲି, ସାଧାରଣ ସମ୍ପାଦକ କାହ୍ନୁ ଚରଣ ସାହୁ, ପୂର୍ବତନ ସମ୍ପାଦକ ଗୌତମ ପାତ୍ର, ବିଷ୍ଣୁପଦ ଆଚାର୍ଯ୍ୟ, ନିର୍ମଳ କୁମାର ଗିରି, କନକ ଲତା ସେନାପତି, ସୁଦାମ ଚରଣ ଦାସ, ପ୍ରଦୀପ ଗିରି, ଗଙ୍ଗାଧର ସାହୁ, ଉଜ୍ଜଳ କୁମାର ଦାସ, ହରିଶ କୁମାର ଦାସ, ହରି ନାରାୟଣ କୁଣ୍ଡୁ, ହରେନ୍ଦ୍ର ମାହାଣା, ମାନସ କୁମାର ତ୍ରିପାଠୀ, ଅଶ୍ଵିନୀ କୁମାର ମହାପାତ୍ର, ଜ୍ୟୋତ୍ସ୍ନା ରାଣୀ କର, ଜ୍ୟୋତ୍ସ୍ନା ମୟୀ ମହାନ୍ତି, ଗୌରହରୀ ଦାସ, ଶିଶିର କୁମାର ଦେ, କାଳିପଦ ନାଗ ପ୍ରମୁଖ ଉପସ୍ଥିତ ହୋଇ ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ। ଶେଷରେ ଅଶ୍ଵିନୀ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post