ଓଡିଶା ଯୁବ କଂଗ୍ରେସ ର ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହେଲେ ସୁଶ୍ରୀ ମାନ୍ଦାକିନୀ ବାଣୁଆଁ


ଭବାନୀପାଟଣା ୨୭/୦୭ (ଶ୍ୟାମସୁନ୍ଦର ମାଝୀ) ଡିଶା ପ୍ରଦେଶ ଯୁବ କଂଗ୍ରେସ ର ୩୩ ଟି ସାଙ୍ଗଠନିକ ଜିଲ୍ଲା ଓ ରାଜ୍ୟ ସାଧାରଣ ସମ୍ପାଦକ ସହ ରାଜ୍ୟ ସଭାପତି ପାଇଁ ହୋଇ ଥିବା ସାଙ୍ଗଠନିକ ନିର୍ବାଚନ ର ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନ ଗତ ୧୬ ଫେବୃଆରୀ ୨୦୨୩ ରେ ଆରମ୍ଭ ହୋଇଥିବା ବେଳେ ୭ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ରାଷ୍ଟ୍ରୀୟ ଯୁବ କଂଗ୍ରେସ ଦ୍ଵାରା କୁହାଯାଇଥିବା ପ୍ରଣାଳୀ ରେ ମତଦାନ ହୋଇ ଥିବା ବେଳେ ଯୁବ ନେତା ମାନେ ଭୋଟ ପାଇଁ ୧୮ ରୁ ୩୫ ବର୍ଷ ଯୁବକ ଯୁବତୀ ମାନଙ୍କ ଠାରୁ ନିଜ ସପକ୍ଷରେ ଭୋଟ ସଂଗ୍ରହ କରିଥିଲେ । ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପଦ ପାଇଁ ୪୭ ଜଣ ଲଢ଼ି ଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ସୁଶ୍ରୀ ମନ୍ଦାକିନୀ ବାଣୁଆଁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି । ମାନ୍ଦାକିନୀ ବାଣୁଆଁ ଜଣେ ବିଶିଷ୍ଟ ସମାଜ ସେବିକା ତଥା ଅନେକ ଗରିବ ଦୁଖୀ ନିଷ୍ପେସିତ ଖଟିଆ ମାନଙ୍କ ପାଇଁ ଠିଆ ହେଉଥିବା ଟାଣୁଆ ନେତ୍ରୀ ସମ୍ପାଦିକା ଭାବରେ ସେ ନିର୍ବାଚିତ ହେଇଥିବାରୁ ଅନେକ ଜନସାଧାରଣ ତାଙ୍କୁ ଅଭିନନ୍ଦନ ର ବାର୍ତ୍ତା ଦେଉଛନ୍ତି ।

Post a Comment

Previous Post Next Post