ଜଳେଶ୍ବର,୨୭/୭ (ଜଗନ୍ନାଥ ଗୋଛାୟତ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶରେ ୧.୨୫ ଲକ୍ଷଟି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରକୁ ରାଜସ୍ଥାନର ସିକରଠାରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। କେବଳ ସେତିକି ନୁହଁ ୟୁରିଆ ଗୋ୍ଲଡ଼-ଗନ୍ଧକ ଆବୃତ୍ତ ୟୁରିଆର ଶୁଭାରମ୍ଭ, ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ରୂପରେ ୮.୬ କୋଟି କୃଷକଙ୍କ ଖାତାକୁ ୧୭୫୦୦କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରଛନ୍ତି । ଡିଜିଟାଲ ବାଣିଜ୍ୟ ପାଇଁ ମୁକ୍ତ ନେଟୱାର୍କ ତଥା ଓଏନଡିସିରେ ୧୬୦୦ ରୁ ଅଧିକ ଏଫପିଓ ସହ ସଂଯୋଗ କରିଛନ୍ତି । ଜଳେଶ୍ୱର ସହର ଓ ବ୍ଲକର ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କୃଷକ ଭାଇ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଶୁଣିଥିଲେ । ଜଳେଶ୍ୱର ସହରର ନନ୍ଦିକାସ୍ଥିତ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ର ପରିସରରେ କରମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ଼ କମ୍ପାନୀର ନିର୍ବାହୀ ଅଧିକାରୀ ସୋମେନ୍ଦୀପ ସାହୁଙ୍କ ଅଧ୍ୟକ୍ଷତା ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେପି ନଗର ସଭାପତି ତଥା ସାଂସଦଙ୍କ ପୌର ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ କାଉନସିଲର ପ୍ରତିନିଧି ଆଦିତ୍ୟ ନାରାୟଣ ପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ନଅ ବର୍ଷ ଶାସନ କାଳରେ ଭାରତ ବର୍ଷରେ ତଥା ବିଶେଷ ଭାବରେ ଓଡ଼ିଶାରେ କୃଷକ ମାନଙ୍କର ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗେନ୍ଦ୍ର ପାତ୍ର,ରାଜେଶ ସାହୁ,ସନ୍ଦୀପ ମିତ୍ର, ଦୁର୍ଗାଶଙ୍କର ଭୂୟାଁ, ଏମଡିଟି ଭରତ କୁମାର ପଣ୍ଡା, ସତ୍ୟଜିତ ଦାସ, ନବୀନ ଭୂୟାଁ, ସୀତାରାମ ପାତ୍ର, ମନୋଜ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Post a Comment