କଲମପୁର : ୧୮/୦୭ (ଶରତ ଚନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଗତମାସ ଏକ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ଥିବା ଅଭିଯୋଗ କଲମପୁର ଥାନାରେ ହୋଇଥିଲା ।ଅଭିଯୁକ୍ତ ଫେରାର ହୋଇଥିବାବେଳେ ଏପର୍ଯ୍ୟନ୍ତ ତାହାରି କୌଣସି ସନ୍ଧାନ ମିଳିପାରିନାହିଁ । ଅନ୍ୟପଟେ ପୀଡ଼ିତା ନାବାଳିକା ଏକ ଶିଶୁପୁତ୍ର କୁ ଜନ୍ମ ଦେଇ ନ୍ୟାୟ ଅପେକ୍ଷାରେ ନିଜ ବାପା ଘରେ ପଡ଼ି ରହିଛି । ଅଞ୍ଚଳରେ ଏ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏହି ମାମଲା ନସରୁଣୁ ପୁଣି ଏକ ନାବାଳିକା ୫ ମାସର ଗର୍ଭବତୀ ହୋଇଥିବା ମାମଲା ଥାନାରେ ପହଞ୍ଚିଛି । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କଲମପୁର ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ପୀଡ଼ିତାକୁ ଡାକ୍ତରୀ ମାଇନା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଇଥିବା ବେଳେ ଏପଟେ ଆଜି କଳମପୁର ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଲୋକଲୋଚନକୁ ଆସୁଥିବାରୁ ଏଦିଗରେ ସାମାଜିକ ସଚେତନତା ସହ ପ୍ରଶାସନ ବିହିତ ପଦକ୍ଷେପ ନେଲେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ରୋକ୍ ଲଗାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Post a Comment