ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ କଳମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବି ପ୍ରଦାନ।


କଲମପୁର , ୧୮/୭ (ଶରତ ଚନ୍ଦ୍ର ସୁନାନି) ସାରା ରାଜ୍ୟରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ତହସିଲ କାର୍ଯ୍ୟାଳୟ ଠାରେ ଧାରଣା ଓ ଦାବି ପ୍ରଦାନ କରାଯାଇଥିବା ବେଳେ ମଙ୍ଗବାର ଦିନ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କଲମପୁର ତହସିଲଦାର ରୁଦ୍ର ମୋହନ ନାୟକଙ୍କୁ ୨୧ଦଫା ଦାବି ପ୍ରଦାନ କରାଯାଇଛି । ଦାବିରେ ଉଲ୍ଲେଖ ଥିବା ବିଷୟ ବିକାଶ ନାମରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିକୁ ସରକାର ଦିନକୁ ଦିନ ବେଦଖଳ କରିବାରେ ଲାଗିଛନ୍ତି, ଯାହାର ସୁରକ୍ଷା ପାଇଁ ବହୁ ଦିନରୁ ଆଦିବାସୀ ମାନେ ସଂଗ୍ରାମ କରିଆସୁଛନ୍ତି। ସମ୍ବିଧାନର ଅନୁଛେଦ ୨୪୪ ଅନ୍ତର୍ଗତ ଅନୁସୂଚି ୫ ଓ ୬ , ଆଦିବାସୀ ମାନଙ୍କ ସ୍ବତନ୍ତ୍ର ଐତିହ୍ୟ ଓ ସଂସ୍କୃତିକୁ ଉଭୟ ସରକାରଙ୍କ ହସ୍ତକ୍ଷେପରୁ ଦୁରେଇ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ନିକଟ ଅତୀତରେ ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କୁ ମିଲିଥିବା ସାମ୍ବିଧାନିକ ସ୍ବତନ୍ତ୍ର ପରିଚୟ, କଷ୍ଟୋମ୍ୟାରି ନିୟମ ଓ ଅନ୍ୟାନ୍ୟ ସମସ୍ତ ସାମ୍ବିଧାନିକ ଅଧିକାର ନଷ୍ଟ ହେବାର ଆଶଙ୍କା ବ୍ୟକ୍ତ କରିଛନ୍ତି ଆନ୍ଦୋଳନ କାରି । ୨୦୨୦,୨୦୨୧, ୨୦୨୨ ଓ ୨୦୨୩ ରେ ସଂସଦ ଦ୍ଵାରା ଅଣାଯାଇଥିବା ନୂତନ ଫରେଷ୍ଟ ଆକ୍ଟକୁ ସେମାନେ ଆଦିବାସୀ ବିରୋଧୀ ଆଇନ କହିବା ସହିତ ମଣିପୁରରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର । ପଛୁଆବର୍ଗ ପାଇଁ ୫୨ ପ୍ରତିଶତ ଆରକ୍ଷଣ, ପଛୁଆବର୍ଗର କେନ୍ଦ୍ର ସରକାରଙ୍କ ଦ୍ବାରା ଜନଗଣନା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଳୋକଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ୨୧ ଦଫା ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ୨୭ ତାରିଖ ଦେଶର ପ୍ରତ୍ୟେକ ଜିଲ୍ଲାରେ ଓ ଅଗଷ୍ଟ ୭ ତାରିଖ ସମ୍ପୁର୍ଣ୍ଣ ଭାରତ ବନ୍ଦ କରିବାକୁ ଆନ୍ଦୋଳନ କାରୀ ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ଉପସଭାପତି ମାଧବ ସୁନାନୀ ଅଧ୍ୟକ୍ଷତା କରିଥିବା ବେଳେ, ଜିଲ୍ଲା ଆଦିବାସୀ ସଂଘର ସମ୍ପାଦକ ଶୁଶାନ୍ତ କୁମାର ମାଝୀ,ବିଏମସି ସଭାପତି ପ୍ରଶାନ୍ତ କୁମାର ମାଝୀ,ବିଏମସି ସମ୍ପାଦକ ଟିକଚନ ମାଝୀ, ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡରେଶନ କଲମପୁର ବ୍ଲକ ଉପସଭାପତି ଶ୍ରୀକାନ୍ତ ଛତ୍ରିଆ, ଶିବ ରଣା, ଧନଞ୍ଜୟ ସାହୁ, ପଦ୍ମକିଶୋର ନାଏକ, ଆଶାରାମ ଛତ୍ରିଆ , ସେନାପତି ନାଏକ , ଲଏଚନ ନାଗ , ଦୁଃଖିଧନ ଦୁର୍ଗା ପ୍ରମୁଖ ଉପସ୍ଥତ ରହି ଦାବି ପ୍ରଦାନ କରିଥିଲେ ।

Post a Comment

Previous Post Next Post