ଭତ୍ତା ପାଇଁ ହଟହଟା ବୃଦ୍ଧବୃଦ୍ଧା,ଡାକିଲେ ଆଜି ଦେବେ କାଲି ସଠିକ ସମୟରେ ଆସିଲେନି ବ୍ୟାଙ୍କ କର୍ମଚାରୀ

ବାଲେଶ୍ଵର,୧୮/୭(ଲକ୍ଷ୍ମୀଧର ବାରିକ) ବ୍ୟାଙ୍କ ପରେ ପଞ୍ଚାୟତକୁ ଭତ୍ତା ଟଙ୍କା ପଠାଯିବା ପରେ ପୁଣି ପୁଣି ହଟହଟା ହେଇଛନ୍ତି ବୃଦ୍ଧ ଓ ବୃଦ୍ଧାମାନେ।ପୂର୍ବରୁ ବ୍ୟାଙ୍କ ଗୁଡିକରେ ଭତ୍ତା ଟଙ୍କା ସିଧାସଳଖ ଆସୁଥିଲା ହେଲେ ଲିଙ୍କ ନଥିବା,ବ୍ୟାଙ୍କ ଉଚ୍ଚ ପାହାଚ ବୁଢାବୁଢୀ ମାନେ ନଚଢିପାରିବାରୁ ପୁଣି ଥରେ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ଦିଆଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ।ହେଲେ ସେଥିରେ ମଧ୍ୟ ବୟୋଜ୍ୟେଷ୍ଠ ମାନଙ୍କୁ ହଟହଟା ହେବାକୁ ପଡିଛି।ରାଜ୍ୟ ସରକାର ସାରା ଓଡ଼ିଶାରେ ଗୋଟିଏ ନିର୍ଦ୍ଦିଷ୍ଟଦିନରେ ଅର୍ଥାତ୍ ପ୍ରତିମାସ ୧୫ତାରିଖରେ ବାର୍ଦ୍ଧକ୍ୟ ଭତ୍ତା ସହିତ ବିକଳାଙ୍ଗ, ଭିନ୍ନକ୍ଷମ, ବିଧବା ଓ ଅନ୍ୟାନ୍ୟ ଭତ୍ତା ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ବିଡମ୍ବନା ନୀଳଗିରି ବ୍ଲକରେ ଜୁଲାଇ ମାସରେ ଭତ୍ତା ବଣ୍ଟନ ପାଇଁ ୧୫ତାରିଖ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଉକ୍ତ ଦିବସ ଶନିବାର ପଡୁଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ହୋଇ ପାରିନଥିବା ବିଭାଗୀୟ ଅଧିକାରୀ ମାନେ ସ୍ପଷ୍ଟୋକ୍ତି ଦେଇଥିଲେ। ୧୬ତାରିଖ ରବିବାର ଥିବାରୁ ଟଙ୍କା ଉଠିପାରିନଥିଲା । ତେବେ ସେଥିପାଇଁ ସୋମବାର ଦିନ ଭତ୍ତା ଦିଆଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା।ପଞ୍ଚାୟତଗୁଡିକରେ ସଠିକ ସମୟରେ ଟଙ୍କା ନପହଞ୍ଚି ପାରୁନଥିବାରୁ ବୁଢାବୁଢୀମାନେ ଖରାରେ ଘଣ୍ଟା ଘଣ୍ଟା ଧାଡିବାନ୍ଧି ଛିଡାହେବା ପରେ ଶୂନ୍ୟହାତରେ ଘରକୁ ଫେରିଛନ୍ତି।ବୁଢାବୁଡୀଙ୍କ ମୁହଁରେ ଗୋଟିଏ କଥା ଡାକିଲେ ଆଜି କହୁଛନ୍ତି ଗେବେ କାଲି ବୁଢା ବୟସରେ ସରକାରୀ ବାବୁ ମାନେ କିଛି ଟଙ୍କା ପାଇଁ ଭାରି ହଇରାଣ ହରକତ କରୁଛନ୍ତି।ବ୍ୟାଙ୍କରୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ପହଞ୍ଚି ପାରିନଥିବାରୁ ପ୍ରତି ପଞ୍ଚାୟତକୁ ଟଙ୍କା ଯାଇପାରିନଥିଲା ବୋଲି ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ ସଫେଇ ଦେଇଛନ୍ତି। ମଙ୍ଗଳବାର ସମସ୍ତ ପଞ୍ଚାୟତରେ ଭତ୍ତା ବଣ୍ଟନ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଯଦି କୌଣସି କାରଣ ବଶତଃ ଟଙ୍କା ଯାଇପାରୁ ନାହିଁ ତାହେଲେ ପୂର୍ବରୁ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପୂର୍ବ ସୂଚନା ଦେବାକଥା। କିନ୍ତୁ ପ୍ରଶାସନର ଅବହେଳା ପାଇଁ ତିନିଦିନ ଧରି ବୁଢ଼ାବୁଢ଼ୀ ମାନେ ପ୍ରତିଦିନ ପଞ୍ଚାୟତ ଅଫିସ୍ ଆସି ହଟହଟା ହେଉଛନ୍ତି। ଭତ୍ତା ବାବଦରେ ଅଧିକାରୀ ମାନଙ୍କୁ ପଚାରିଲେ କୌଣସି ସନ୍ତୋଷ ଜନକ ଉତ୍ତର ନପାଇ ଭାଗ୍ୟକୁ ନିନ୍ଦୁଥିବା ଦେଖିବାକୁ ମିଳିଛି।

Post a Comment

Previous Post Next Post