ବାଲେଶ୍ଵର,୧୨/୭(ଲକ୍ଷ୍ମୀଧର ବାରିକ) ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଜନସଂଖ୍ୟା ଅଧ୍ୟୟନ ବିଭାଗ ଦ୍ବାରା ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ସଭା ଆରମ୍ଭ ପୂର୍ବରୁ ବିଶ୍ଵବିଦ୍ୟାଳୟର ପରିସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ଏକ ଜନସଂଖ୍ୟା ବୋର୍ଡ ଉନ୍ମୋଚନ କରାଯାଇଥିଲା। ମୁଖ୍ୟତଃ ବିଶ୍ଵବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏହି ବୋର୍ଡ ପ୍ରତିଦିନ ଦେଶର ତଥା ରାଜ୍ୟର ଜନସଂଖ୍ୟା ସମ୍ପର୍କରେ ବିବରଣୀ ଦେବାର ଲକ୍ଷ୍ୟ ରଖାଯାଇଛି ଯାହାକି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେସ ଚନ୍ଦ୍ର ଅଧିକାରୀ , କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଧର୍ମପତ୍ନୀ ସୁପ୍ରିତି ମିଶ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଏ.ବି. ଅଟା ଏବଂ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଆର .ସି ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟର ଜନସଂଖ୍ୟା ଅଧ୍ୟୟନ ବିଭାଗର ସହକାରୀ ପ୍ରଫେସର ମାଓତୁଲା ଆଓ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗର ଅନ୍ୟ ଦୁଇ ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ଗ୍ରେସ୍ ଭେଲେନ୍ ମୁଣ୍ଡୁ ଓ ମାନସ କୁମାର ପତ୍ରୀ ସହଯୋଗ କରିଥିଲେ। ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ର ସ୍ନାତକୋତ୍ତର ଓ ଗବେଷଣା ଛାତ୍ରଛାତ୍ରୀ ଏବଂ ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଏହି ସଭାରେ ଯୋଗଦେଇ ସଭାକାର୍ଯ୍ୟକୁ ସାଫଲ୍ୟ କରିଥିଲେ।
ଫକୀରମୋହନ ବିଶ୍ବବିଦ୍ୟାଳୟ ରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ଓ ଜନସଂଖ୍ୟା ବୋର୍ଡ ଉନ୍ମୋଚନ
ଆଜତକ ଓଡ଼ିଶା
0
Post a Comment