ଜଳେଶ୍ଵର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।ବିଭିନ୍ନ ବିଭାଗ ବାବଦରେ ଆଲୋଚନା। ସାମ୍ବାଦିକ ମାନଙ୍କୁ ସୂଚନା ଦିଆ ନ ଯାଇ ଥିବାରୁ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ


ଜଳେଶ୍ୱର ବ୍ଲକ, ୧୨/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ପଞ୍ଚାୟତ ସମିତିର ଚତୁର୍ଥ ସମୀକ୍ଷା ବୈଠକ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୁୟା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ତହସିଲଦାର ମିହିର ରଞ୍ଜନ ବେହେରା, ବିଡ଼ିଓ ପୁନମ ରାଉତଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା, ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟାଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ, ଖାଦ୍ୟ ସୁରକ୍ଷା, ଆଇସିଡିଏସ, କୃଷି, ମତ୍ସ୍ୟ, ସ୍ଵାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ, ବିଦ୍ୟୁତ, ଉଦ୍ୟାନ, ଅଗ୍ନିଶମ, ପ୍ରାଣୀ, ଜଙ୍ଗଲ, ଡ୍ରେନେଜ୍ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ହୋଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ବିଦ୍ୟୁତ୍ ବିଭାଗର ମନମୁଖୀ କାର୍ଯ୍ୟ ଉପରେ ଆଲୋଚନା ମାଧ୍ୟମରେ ବ‌ହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନିଷ୍ପତ୍ତି ହୋଇଥିଲା। ତେବେ ବୈଠକକୁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇ ନ ଥିବାରୁ ବ୍ଲକ ପରିସରରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

Post a Comment

Previous Post Next Post