ବାଲିଆପାଳ (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକର ପର୍ଯ୍ୟଟନ କେନ୍ଦ୍ର ଡଗରା ବେଳାଭୂମି ନିକଟରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ଦାବି ଉଠାଇଛି।ମଞ୍ଚର ଆବାହକ ସତ୍ୟକାମ ମହାନ୍ତିଙ୍କ ନେତୃତ୍ୱରେ ମଞ୍ଚର ସଭ୍ୟ ବିକ୍ରମ କେଶରୀ ଦେ , ଦେବ କୁମାର ପାତ୍ର, ଭକ୍ତ ରଞ୍ଜନ କର ,ସାମ୍ବାଦିକ ପ୍ରଦୀପ କୁମାର ଜେନା ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧୀକ୍ଷିକା ସାଗରିକା ନାଥଙ୍କ ଉଦ୍ଦେଶ୍ୟରେ ବାଲିଆପାଳ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ତତ୍ ସହିତ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ପ୍ରକାଶ ଥାଉ କି ମନୋରମ ଏହି ବେଳାଭୂମିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନନ୍ଦିନ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।ସୁ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲରେ ପର୍ଯ୍ୟଟକ ମାନେ ବଣଭୋଜି କରିଥାନ୍ତି। ଅଗଭୀର ଶାନ୍ତ ଜଳ ରାଶିରେ ପର୍ଯ୍ୟଟକ ମାନେ ସ୍ନାନ କରିବାର ମଜ୍ଜା ନେଇଥାନ୍ତି।ମାତ୍ର କେତେକ ଅସାମାଜିକ ଲୋକ , ମଦ୍ୟପ ଏହାର ସୁଯୋଗ ନେଇ ପର୍ଯ୍ୟଟକ ମାନଙ୍କୁ ଚାନ୍ଦା ମାଗିବା , ଝିଅ ବୋହୂଙ୍କୁ ଅଶୀଳ ଇଙ୍ଗିତ ପ୍ରଦର୍ଶନ କରୁଛନ୍ତି। ପ୍ରତିବାଦ କଲେ ମାଡ଼ ମାରିବା ଭଳି ଘଟଣା ଘଟୁଛି।କୌଣସି ପୁଲିସ କିମ୍ବା ପ୍ରଶାସନ ଅସାମାଜିକଙ୍କୁ ରୋକିବାରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି।ଫଳରେ ପର୍ଯ୍ୟଟକ ସୁରକ୍ଷା ପାଇଁ ଡଗରାକୁ ଆସିବା ପାଇଁ ଏବେ ପ୍ରମାଦ ଗଣୁଛନ୍ତି।ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦେଲେ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବି ପତ୍ର ରେ ଦର୍ଶାଇଛି ।

Post a Comment