ଆଜି ତୁମ ଦିବସ ହେ ସାଈ ବାବା
ତୁମେ ହିଁ ଦରିଦ୍ର ବନ୍ଧୁ ସକଳ
ତୁମ୍ଭ ଦିବ୍ୟ ସତ୍ତା ଆଜିବି ନିଆରା
ଜୀଇଁଥିବ ସର୍ବତ୍ର ଚିର କାଳ ।।
ନିଷ୍କପଟ ଆତ୍ମା ଉପକାରୀ ତନୁ
ହୃଦ ସଦା ତୁମ ଯେ ଅନ୍ୟ ଲାଗି
ନୟନୁ ଲୋତକ ଝରେ ଦୁଃଖୀଜନେ
ଅନାୟାସେ ବହୁ ଯେ ପୁଣି ଜାଗି ।।
ସବୁରି ହୃଦୟେ ତୁମେ ସାଈ ସାଈ
ସମାନତା ଭାଵ ହୃଦେ ଯେ ତୁମ
ଜାତି,ଧର୍ମ,ବର୍ଣ୍ଣ ପ୍ରକାନ୍ତରେ ବାବା
ଜୟଗାନ ତୁମ୍ଭରି ହିଁ ଯେ ନାମ ।।
ହେ ସାଈ ବାବା ତୁମ୍ଭଙ୍କୁ ପ୍ରଣିପାତ
ଢାଳୁଅଛି ତୁମ୍ଭର ପାଦପଦ୍ମେ
ତୁମ୍ଭରି ଆଶିଷେ ଶ୍ରଦ୍ଧା ଘେନି ପ୍ରଭୁ
ଭଲ ହୁଏ ଆମ୍ଭର ସାରା ଜନ୍ମେ ।।
ଜଗତ ହୃଦୟେ ଆପଣାକୁ ଦେଖୁ
ମୋର ଏଇ ସଂକ୍ଷିପ୍ତ ସୁସ୍ଥ ମନ
ନିଜ ଲାଗି ନୁହେଁ ଅନ୍ୟର ମଙ୍ଗଳେ
ତୁମ୍ଭ ଆଶିଷେ ରହୁ ମୋର ଧ୍ୟାନ ।।
***************************************
ତ୍ରିନାଥ ପଟ୍ଟନାୟକ
(ଯୁବ ଅଧ୍ୟାପକ ତଥା କବି)
ଗାନ୍ଧୀ ନଗର
ପୋ:/ଜିଲ୍ଲା:କୋରାପୁଟ
ମୋ: 9438362172
Post a Comment