କଲମପୁର ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ


କଲମପୁର : ୦୪/୦୭ (ଶରତ ଚନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ର ସରକାରୀ ଉଚ୍ଚ ବିଦ୍ୟାଳୟ ମିନିଗୁର ଠାରେ ABEO ସୁଶୀଲ କୁମାର ମୁଣ୍ଡ ଙ୍କ ଅଧ୍ୟକ୍ଷତା ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ସତ୍ୟାନନ୍ଦ ନାଏକ,ଜୀତେନ୍ଦ୍ର କୁମାର ନାଏକ,ରମେଶ ଚନ୍ଦ୍ର ମଲ୍ଲିକ, ଅଜୟ କୁମାର ପଳାଇ , ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଦୁର୍ଯ୍ୟଧନ ନାଏକ ତଥା ସମସ୍ତ ଅବିଭାବକ ଙ୍କ ଉପସ୍ଥିତି ରେ ମୂଖ୍ୟ ଅତିଥି ଙ୍କ ଦ୍ଵାରା ୨୦୮ ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।ଏହି ପୋଷାକ ବଣ୍ଟନ ଉତ୍ସବ କୁ ସିଆରସିସି ରୁଦ୍ରାକ୍ଷ ନିଆଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


ସେହିଭଳି ପୋଟେଶ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମଲ୍ଲିକା ନାଏକ ଙ୍କ ଅଧ୍ୟକ୍ଷତା ରେ ମୂଖ୍ୟ ଅତିଥି ଭାବେ CRCC ନରେନ୍ଦ୍ର କୁମାର ସାହୁ ଯୋଗଦେଇ ୪୬ ଜଣ ଛାତ୍ର, ୪୭ଜଣ ଛାତ୍ରୀ ସର୍ବମୋଟ ୯୩ ଜଣଙ୍କୁ ପୋଷାକ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ତ୍ରିଲୋଚନ ଧଲ,ଦୀପକ ଅଟ ପୋଷାକ ବଣ୍ଟନ ରେ ସହଯୋଗ କରିଥିବା ବେଳେ ୱାର୍ଡ ମେମ୍ବର ମଦନ ପାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବାଗ ତଥା ସମସ୍ତ ଅବିଭାବକ ପୋଷାକ ବଣ୍ଟନ ଉତ୍ସବ କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ।ଚଳିତ ବର୍ଷ ସରକାରଙ୍କ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପୋଷାକ ସହ ଜୋତା, ଟି ସାର୍ଟ, ପ୍ୟାଣ୍ଟ,ଟୋପି, ଆଇ କାର୍ଡ ବଣ୍ଟନ କରାଯାଉଥିବାରୁ ଛାତ୍ର ଛାତ୍ରୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

Post a Comment

Previous Post Next Post