ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସରକାର ଜାରି କରିଥିବା ଅଧ୍ୟାଦେଶ କୁ ଖୋଦ ସରକାରାଙ୍କ ଅଧୀନସ୍ତ କର୍ମଚାରୀ ବେଖାତିର କରୁଥିବା ଅଭିଯୋଗ ହୋଇଛି। ଏହି ପରି ଅଭିଯୋଗ ଆଣି ଆଜି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମର ମାଁ ଠାକୁରାଣି ସୟଂ ସହାୟକ ମହିଳା ଗୋଷ୍ଠି। ସେମାନଙ୍କ ଅଭିଯୋଗ ମୁତାବକ ନିକଟ ଅତିତତରେ ରାଜ୍ୟ ସରକାର ବିଭିନ୍ନ ୫ଟି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ଗ୍ରାମର ଚିହ୍ନଟ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟକ ମହିଳା ଗୋଷ୍ଠି ଦ୍ବାରା କରାଇବାପାଇଁ ଅଧ୍ୟାଦେଶ ଜାରି କରିଥିଲେ। ଏହି କ୍ରମରେ ରଜନା ଗ୍ରାମସ୍ଥିତ ସୋମନାଥ ୫ଟି ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ଦାୟୀତ୍ବ ଗ୍ରାମର ମାଁ ଠାକୁରାଣି ସୟଂସହାୟକ ମହିଳା ଦଳ କୁ ମିଳିଥିଲା। ଏନେଇ ଗ୍ରାମର ଏମବିକେ ଓ ମହିଳା ଦଳର ସଦସ୍ୟ ମାନେ ପ୍ରଧାନ ଶିକ୍ଷକ ଙ୍କ ସହ ଅଲୋଚନା ମଧ୍ୟ କରିଥିଲେ। ଏପରିକି ମାଁ ଠାକୁରାଣି ସଂୟସହାୟକ ଦଳ ଉପରେ ପ୍ରଧାନ ଶିକ୍ଷକ ନିଜେ ନିଯୁକ୍ତ କରିଥିବା ଲୋକଙ୍କୁ ରଖିବାପାଇଁ ଚାପ ପ୍ରୟୋଗ କରିଥିଲେ ବୋଲି ସୟଂସହାୟକ ଦଳ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ମହିଲାଦଲ ବିଦ୍ୟାଳୟ ପାଇଁ ରାତ୍ରି ଜଗୁଆଳି ଭାବରେ ଗ୍ରାମର ଚମ୍ପେଶ୍ଵର ଚିନ୍ଦା ଓ ଝାଡୁଦାର ଭାବରେ ଜାନକି ଚିନ୍ଦା ଙ୍କୁ ମନୋନୟନ କରି ପ୍ରଧାନ ଶିକ୍ଷକ ଅନୁମୋଦନ ପାଇଁ ପଠାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଏହି ମାନଙ୍କୁ ନିଯୁକ୍ତି ଦେବା ପାଇଁ ମାନାକରିଛନ୍ତି । ଏ ସମ୍ପର୍କରେ ଠାକୁରାଣୀ ମହିଳା ଦଳ କୋମନା ବି.ଡ଼ି.ଓ ଓ କୋମନା ସି.ଡି.ପି.ଓ ଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ତାର କୌଣସି ସୁଫଳ ମିଳିନାହିଁ।ଫଳରେ ଆଜି ଦିନ ତମାମ ବର୍ଷା ହେଉଥିଲେ ମଧ୍ୟ ଗ୍ରାମର ମହିଳା ସଦସ୍ୟମାନେ ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ସହଯୋଗରେ ଲିଖିତ ଅଭିଯୋଗ କରିଛନ୍ତି।ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

Post a Comment