ନୂଆପଡ଼ା (ରିଖିରାମ ଦଳ) ବିଜୁ ଏକ୍ସପ୍ରେସ ୱେ ସାଜିଛି କାଳ,ଗତ ଏକ ସପ୍ତାହ ମଧ୍ୟରେ ଗଲାଣି ଦଶ ରୁ ଅଧିକ ଲୋକଙ୍କ ଜୀବନ।ପୁଣି ଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଇରଗାଁ ସ୍ଥିତ ଜାମଗାଁ ର ବିଜୁ ଏକ୍ସପ୍ରେସ ୱେ ରେ।କିଛି ଦିନ ତଳେ ସେହି ରାସ୍ତାରେ ଜାମଗା ର ଗୋଟିଏ ପରିବାର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ମୁଖରୁ ଫେରିଥିବା ବେଳେ,ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି। ଆଜି ସକାଳ ସମୟରେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଜାମଗାଁ ର ଜଗବନ୍ଧୁ ନାଗ ଅଳ୍ପ ବର୍ଷା ହେଉଥିବା ବେଳେ ଏକ ଛତା ଧରି ବିଜୁ ଏକ୍ସପ୍ରେସ ୱେ କୁ ଅତିକ୍ରମ କରି ଶୌଚ ହେବାକୁ ଯାଉଥିଲେ।ସେହି ସମୟରେ ତାଙ୍କ ପଛ ପଟରୁ ଏକ ମିନି ଭ୍ୟାନ୍ ଦୃତ ଗତିରେ ଯାଉଥିବା ବେଳେ ତାଙ୍କୁ ଧକ୍କା ଦେଇଥିବାରୁ ବୃଦ୍ଧ ଜଣକ ଛିଟିକି ପଡି ତାଙ୍କ ମୁଣ୍ଡରେ ଶକ୍ତ ଧକ୍କା ହୋଇଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।ଏହି ସୂଚନା ପାଇବା ପରେ ବୋଡ଼େନ ପୋଲିସ ପ୍ରଶାସନ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହିତ ସବିଶେଷ ତଦନ୍ତ ଜାରିରଖିଛନ୍ତି।
ବିଜୁ ଏକ୍ସପ୍ରେସ ୱେ ରେ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ଯୁ
ଆଜତକ ଓଡ଼ିଶା
0
Post a Comment