ବାଲେଶ୍ବର,୩୧/୭(ଲକ୍ଷ୍ମୀଧର ବାରିକ): ଫକୀରମୋହନ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ‘ବ୍ୟବସ୍ଥିତ ସାହିତ୍ୟାନୁଶୀଳନ ଓ ଅଧିସମୀକ୍ଷା’ ଶୀର୍ଷକ ପଞ୍ଚ ଦିବସୀୟ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସ୍ବାମୀ ବିବେକାନନ୍ଦ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ପ୍ରତିଷ୍ଠାନ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଞ୍ଚି ବିଶ୍ବବିଦ୍ୟାଳୟ ଆଦି ଅନୁଷ୍ଠାନରୁ ଗବେଷକମାନେ ଅଂଶଗ୍ରହଣ କରିଛିନ୍ତି। ଉଦ୍ଘାଟନୀ ଅଧିବେଶନରେ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇ ଉଭୟ ସମାଜ ବିଜ୍ଞାନ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷକଙ୍କୁ ଏହି ଅଧିସମୀକ୍ଷା କିପରି ସାହାଯ୍ୟ କରିଥାଏ ତା’ର ସୂଚନା ପ୍ରଦାନ କରିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ବିତ୍ତ ଅଧିକାରୀ ମାନସ କୁମାର ପାତ୍ର, ଏଚ୍ଆରଡିସି ଉପାଧ୍ୟକ୍ଷ ଡ. ଦେବଦତ୍ତ ଦାସ ପ୍ରମୁଖ ଗୁଣାତ୍ମକ ଓ ମୂଲ୍ୟବୋଧ ଭିତ୍ତିକ ଗବେଷଣା ଉପରେ ମତ ରଖିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି କର୍ମଶାଳା ଗବେଷକଙ୍କ ପାଇଁ ବିଶେଷ ଉପକାର ହୋଇପାରିବ ବୋଲି କହିଥିଲେ। ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ଡ. ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡ. ସଚିତା ନନ୍ଦ ସା ଧନ୍ୟବାଦ ଅର୍ପଣ କରିଥିଲେ। ଡ. ରାମକୃଷ୍ଣ ବିଶ୍ବାଳ, ଡ. କୃଷ୍ଣଚନ୍ଦ୍ର ସାହୁ, ଦେଶୁଆଲ୍ ସୁଦର୍ଶନ, ଡ. ରାଜକିଶୋର କାମ୍ପା, ଡ. ରାହୁଲ ପ୍ରତାପ ସିଂହ କୌରବ, ଡ. ମନୋଜ କୁମାର ଦାଶ, ପ୍ରଫେସର ସୁପ୍ରୀତି ମିଶ୍ର, ପ୍ରଫେସର ମଣ୍ଟୁ କୁମାର ମହାଳିକ ପ୍ରମୁଖ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବିଷୟ ବିଶାରଦ ଭାବରେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେବା ନିମିତ୍ତ ସ୍ବୀକୃତି ପ୍ରଦାନ କରିଛନ୍ତି।

Post a Comment