ରାଜ୍ୟ ସରକାରଙ୍କର ଘରୋଇ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ଶିଶୁ ବିକାଶ ବିଦ୍ୟାମନ୍ଦିର ସହଦେବଖୁଣ୍ଟା ଦ୍ବାରା ବାଲେଶ୍ବରରେ ପ୍ରତିକାତ୍ମକ ଧର୍ମଘଟ


ବାଲେଶ୍ୱର (ଆଜତକ୍ ଓଡ଼ିଶା) ରାଜ୍ୟ ସରକାରଙ୍କର ଘରୋଇ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ପାଇଁ ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘ ପକ୍ଷରୁ ବିଦ୍ୟାଳୟ ବନ୍ଦ କରିବାକୁ ଆହ୍ୱାନ ଦେଆଯାଇଥିବାବେଳେ ଉକ୍ତ ଆହ୍ୱାନ କୁ ପୁରୀସରସ୍ବତୀଆବାସିକ ଶିଶୁବିକାଶ ବିଦ୍ୟା ମନ୍ଦିର ସମର୍ଥନ କରି । ଆଜି ବିଦ୍ୟାଳୟ ବନ୍ଦ ରଖିବାସହିତ ବାଲେଶ୍ବରରେ ଏକ ପ୍ରତିକାତ୍ମକ ଧର୍ମଘଟ ପ୍ରଦର୍ସନ କରାଜାଇଥିଲା । ଏଥିରେ ଗାୟତ୍ରୀ ପ୍ରହରାଜ, ଶ୍ରେଷ୍ଠା ମାଇତି ପୂର୍ଣ୍ଣଚନ୍ଦ୍ରଜେନା, କବିତାମଞ୍ଜରୀ ଗୁରୁମା,ନିବେଦିତା ଗୁରୁମା,ରଞ୍ଜିତା ଗୁରୁମା,ଚନ୍ଦନ ଦାସ, ରଞ୍ଜିତାଗୁରୁମା, ଜଗନ୍ନାଥ ଦାସ,ସସ୍ମିତା ଜେନା,ପୁଜା ବାରିକ୍, ଦିବ୍ୟରଂଜନ ଜେନା, ମାଧବେନ୍ଦେର ପ୍ରହରାଜ ଗୁରୁଜୀ ଗୁରୁମା ମାନଙ୍କ ସହ ବିଦ୍ୟାଳୟ ପରିଚାଳନା ସମିତିର ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପ୍ରହରାଜ ଶ୍ରୀଯୁକ୍ତ ଚନ୍ଦନ କୁମାର ଗିରି ଶ୍ରୀଯୁକ୍ତ ହେମନ୍ତ ମହାନ୍ତି ଉପସ୍ଥିତ ରହି ଶରକାର ଗୁଣାତ୍ମକ ଶିକ୍ଷା କଥା କହୁଥିବାବେଳେ ସରକାରି ବିଦ୍ୟାଳୟରେ ଶ୍ରେଣି ଅନୁ ପାତରେ ଶିକ୍ଷକ ନାହାନ୍ତି କିନ୍ତୁ ବେସରକାରି ବିଦ୍ୟାଳୟରେ ଶ୍ରେଣି ଅନୁ ପାତରେ ଶିକ୍ଷକ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ରାଜ୍ୟର ସମ୍ମାନ ଦୁଇ ଗୁଣିତ କରୁଥିଲେବି COR ପ୍ରଦାନ ପିଲାମାନଙ୍କୁ ବିନାମୁଲ୍ୟରେ ବହି ପ୍ରଦାନ,କାର୍ଜ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆପଦକାଳିନ ସ୍ଥିତିରେ ସହାୟତା ପ୍ରଦାନ ଏବଂ ଜିବନବିମା ପ୍ରଦାନ ଆଦିରେ ରାଜ୍ୟ ସରକାରଙ୍କର ଘରୋଇ ବିଦ୍ୟାଳୟ ପ୍ରତି ଅହେତୁକ ବୈମାତୃକ ମନୋଭାବ ପୋଶଣକୁ ବିରୋଧକରି ସ୍ଲଗାନ ମାନଦେଇଥିଲେ।

Post a Comment

Previous Post Next Post