ଜଳେଶ୍ଵର ନଗର ଯୁବ ବିଜେଡି ସଭାପତି ଭାବେ ଆନନ୍ଦ କୁମାର କର ଦ୍ଵିତୀୟ ଥର ପାଇଁ ମନୋନୀତ


ଜଳେଶ୍ଵର ୨୦/୭ (ଜଗନ୍ନାଥ ଗୋଛାୟତ) ଆନନ୍ଦ କର ପୁଣି ଥରେ ବିଜେଡିର ଜଳେଶ୍ଵର ନଗର ଯୁବ ସଭାପତି ଭାବରେ ମନୋନୀତ ହୋଇଛନ୍ତି।ସେ ସମାଜ ସେବାରୁ ରାଜନୀତିକୁ ଆସି କମ ବୟସରେ ସଫଳତା ପାଇବା ସମାଜରେ ଅତି କମ୍ ଦେଖା ଯାଇଥାଏ।ଶ୍ରୀ କର ଲଗାତାର ଦିତୀୟ ଥର ପାଇଁ ଶାସକ ବିଜେଡି ଦଳର ନଗର ଯୁବ ସଭାପତି ଭାବରେ ମନୋନୀତ ହୋଇ ଥିବାରୁ ନଗର ବିଜେଡି ପକ୍ଷରୁ ଖୁସିର ଲହରୀ ଖେଳି ଯାଇଛି। ପୌର ନିର୍ବାଚନ ରେ ସେ ଜଣେ ପ୍ରଭାବଶାଳି ଯୁବ ନେତା ଭାବରେ ପରିଚିତ ହୋଇଥିଲେ।ଜଳେଶ୍ଵର ମୁନିସିପାଲିଟି ୱାର୍ଡ ନମ୍ବର ୧୧ ରେ ୨୦ ବର୍ଷର କଂଗ୍ରେସ ଗଡ଼କୁ ସେ ଭାଙ୍ଗି ନିଜ ମାଆ ଶ୍ରୀମତୀ ସୁଷମା କରଙ୍କୁ ଜିତାଇ ବିଜେଡି ଦଳକୁ ଖୁବ୍ ଉତ୍ସାହିତ କରିଥିଲା। ରାଜନୀତି ଛଡ଼ା ସମାଜ ସେବା କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ଅତୁଳନୀୟ। ଜଳେଶ୍ୱର ଟାଉନ ରେ ଧୀରେ ଧୀରେ ଲୋକ ପ୍ରୀୟତା ବଢିବାରେ ସେ ୧ ନମ୍ବର ବୋଲି ଦଳ ସ୍ପଷ୍ଟ ଭାବରେ ଜାଣିଛି।ଶ୍ରୀ କର ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ଓ ଲୋକଙ୍କ ପାଇଁ କାମ କରି ପାରିଛନ୍ତି କେବଳ ତାଙ୍କର ଆଦର୍ଶ ଓ ରାଜନୈତିକ ଗୁରୁ ନଗରପାଳ ଶ୍ରୀଯୁକ୍ତ ପ୍ରତିପ କୁମାର ପ୍ରଧାନ ପାଇଁ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଜଳେଶ୍ଵର ପୌରାଞ୍ଚଳ ପାଇଁ ଯୁବକ ମାନଙ୍କୁ ଏକଯୋଟ କରି ଦଳକୁ ସୁଦୃଢ କରିବା ସହିତ ଲୋକଙ୍କ ସେବା କରିବେ ବୋଲି ଶ୍ରୀ କର କହିଛନ୍ତି।

Post a Comment

Previous Post Next Post