ବିଧାୟକଙ୍କ ୫-ଟି ବିଦ୍ୟାଳୟ ଅଚାନକ ପରଦର୍ଶନ : ପିଲାଙ୍କୁ ପଢ଼ାଇଲେ ପାଠ, ପ୍ରଶ୍ନ। ଉତ୍ତର ଦେଇନପାରିବାରୁ କ୍ଷୁବ୍ଧ ପ୍ରକାଶ


ଧର୍ମଗଡ (ଆଜତକ ଓଡ଼ିଶା) ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୟ ବିଧାୟକ ଯୋଗ ଦେବା ଓ ଲୋକଙ୍କ ସହ ଅଞ୍ଚଳ ଗ୍ରାମର ସାମୁହିକ ସମସ୍ୟା ଉପରେ ଗୁରୁତ୍ଵ ଦେଇଥିବା ଏବେ ନଜର ରହିଛି ।ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଧଅଁରପୁର ପଞ୍ଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଭୂମି ପୂଜନ ଓ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ହିତାଧିକାରି ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟଦେଶ ବଣ୍ଟନ କରିଥିଲେ ।ମୋଟ ୮୧ ଜଣ ହିତାଧିକାରୀପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପାଇବାରେ ବିବେଚିତ ହୋଇଛନ୍ତି। ପଞ୍ଚାୟତ ହିତାଧିକାରୀ ସରକାରଙ୍କ ନିର୍ଦ୍ଧାରିତ ସମୟ ସୀମା ଭିତରେ ଆବାସ କାମ କୁ ସାରିବାକୁ ଶପଥ ପାଠ ଶେଷ ହେବା ପରେ ବିଧାୟକ ମୌସଧି ବାଗ ଗାଁ ରେ ଥିବା ୫ଟି ବିଦ୍ୟାଳୟ କୁ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ସ୍ଥିତି ଓ ପାଠ୍ୟକ୍ରମ ବିଷୟରେ ପରଖିବାକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିଲେ। ଛାତ୍ରଛାତ୍ରୀ ମାନେ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିବାରୁ ବିଧାୟକ କ୍ଷୁବ୍ଧ ପ୍ରକାଶ କରିଥିଲେ। ଗୁଣାତ୍ମକ ପାଠ ସମତେ ବିଦ୍ୟାଳୟ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିକ୍ଷକମାନଙ୍କ ଅବହେଳା ଯୋଗୁଁ ଗୁଣାତ୍ମକ ଶିକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବାର ସ୍ପଷ୍ଟ ଭାବରେ ଜଣାପଡୁଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ଦେଇନପାରିବ ଏକ ପ୍ରଶ୍ନବାଚୀ ହେଉଛି ।ଶିକ୍ଷକ ମାନଙ୍କ ଦକ୍ଷତା ଓ ଶୈଳୀ କୌଶଳ ଅଭାବ ଥିବା ବୁଦ୍ଧଜୀବୀ ମହଲାରେ ଆଲୋଚନା ହେଉଛି। ବିଧାୟକ ପ୍ରଶ୍ନ ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କଣ ଓ ଧର୍ମଗଡ ର ବିଧାୟକଙ୍କ ନାମ କଣ ଥିବା ପଚାରିଥିଲେ। ହେଲେ କୋଣସି ଛାତ୍ର ଛାତ୍ରୀ ଉତ୍ତର ଦେଇନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଶିକ୍ଷକମାନଙ୍କ ଦକ୍ଷତାକୁ ନେଇ ଏବେ ପ୍ରଶ୍ନ ଉଠିଛି।ଅନ୍ୟପଟେ ଶିକ୍ଷକ ମାନଙ୍କ ଦକ୍ଷତା ଓ ପାଠ। ପଢ଼ାଇବା ରେ ଅବହେଳା କରୁଥିବା ଅଭିଯୋଗ କରି ସମସ୍ତ ଶିକ୍ଷକଙ୍କୁ ବଦଳି କରିବା ସହ ନୂତନ ଅଭିଜ୍ଞ ଶିକ୍ଷକ ଯୋଗାଇ ଦେବା ପାଇଁ ଗ୍ରାମବାସୀ ବିଧାୟକଙ୍କ ନିକଟରେ ରେ ଅଭିଯୋଗ କରିଚନ୍ତି । ଏହି ପରିଦର୍ଶନ ସମୟରେ ବିଧାୟକ ମୌସଧି ବାଗଙ୍କ ସମତେ ସରପଞ୍ଚ ଗୌରୀ ସେଠିଆ ,ଜିଲ୍ଲା ପରିଷଦ ଶଙ୍କର ଜୁଏଡ, ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ସେଠିଆ ସମିତି ସଭ୍ୟା କନକଲତା ସେଠିଆ , ନାଏବ ସରପଞ୍ଚ , ପଞ୍ଚାୟତ ସଭ୍ୟ ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତି ରହିଥିଲେ।

Post a Comment

Previous Post Next Post