ନୂଆଦିଲ୍ଲୀ :(ଆଜତକ୍ ଓଡ଼ିଶା) ନୂଆ ଦିଲ୍ଲୀ ସ୍ଥିତ ୪୮ ନମ୍ୱର ଜାତୀୟ ରାଜପଥ ଉମରାଓ ହୋଟେଲରେ ଡି ଆର କଙ୍ଗୋ ଦେଶର ୬୩ତମ ସ୍ଵାଧୀନତା ଦିବସ ବେଶ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏଥିରେ ଡି ଆର କଙ୍ଗୋ ରାଷ୍ଟ୍ରଦୂତ ମିସେସ ମୋସି ନିଆମ୍ଲେ ରୋସେତେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବୈଦେଶିକ ବ୍ୟାପାର ତଥା ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲାଖି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଭାରତ ଦେଶର ଜାତୀୟ ଗାନ ମ୍ୟୁଜିକ୍ ବଜା ଯାଇଥିଲା। ପରେ ଡି ଆର କଙ୍ଗେ ଦେଶର ଜାତୀୟ ମ୍ୟୁଜିକ ବଜାଇ ଉଭୟ ଦେଶକୁ ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ପରେ ଡି ଆର କଙ୍ଗୋ ଦେଶର ସାଂସ୍କୃତିକ ଦଳ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହା ସହିତ ଅନ୍ୟ ଦେଶର ସାଂସ୍କୃତିକ ଦଳ ପାରମ୍ପରିକ ଲୋକ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ଭାରତ ଦେଶରୁ ଏକମାତ୍ର ଅଂଶ ଗ୍ରହଣ କରିଥିବା କୋରାପୁଟ ଜୟପୁରର ଝିଅ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ ମା ଦୂର୍ଗାଙ୍କ ଉପରେ ଆଧାରିତ ଓଡ଼ିଶୀ ନୃତ୍ୟ -ନବ ଦୁର୍ଗା ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଡି ଆର କଙ୍ଗୋ ରାଷ୍ଟ୍ରଦୂତ ହେଚ.ଇ କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବହୁତ ଭଲ କାର୍ଯ୍ୟ କରୁଛନ୍ତି । ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ବେସ୍ ଗୁରୁତତ୍ୱପୂର୍ଣ୍ଣ ରହିଛି । ସେ କହିଥିଲେ, ପୂର୍ବରୁ ଭାରତ ସହ କଙ୍ଗୋ ଦେଶର ସମ୍ପର୍କ ଭଲ ଥିଲା ଆଉ ଆଗକୁ ମଧ୍ୟ ଭଲ ରହିବ। ଏନେଇ ସେ ଭାରତର ବୈଦେଶିକ ବ୍ୟାପାର ତଥା ସଂସ୍କୃତି ମନ୍ତ୍ରୀ ଶ୍ରୀମତୀ ମିନାକ୍ଷୀ ଲେଖିଙ୍କ ସହ ବାଣିଜ୍ୟ ବ୍ୟାପାର ଉପରେ ଆଲୋଚନା କରିଥିଲେ । କଙ୍ଗୋ ରାଷ୍ଟ୍ରଦୂତ କହିଥିଲେ, ଏହା ଦ୍ବାରା ଉଭୟ ଭାରତ ଓ କଙ୍ଗୋ ଦେଶର ଆର୍ଥିକ ପ୍ରଗତି ସୁଦୃଢ଼ ହେବ । ଏହି ଅବସରରେ ଅନ୍ୟମାନଙ୍କ ସହ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳଙ୍କୁ ରାଷ୍ଟ୍ରଦୂତ କଙ୍ଗୋ ଦେଶର ପାରମ୍ପାରିକ ବସ୍ତ୍ର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। ଏଥିରେ ୩୫ଟି ଦେଶର କୁଟନୀତିଜ୍ଞ, ରାଷ୍ଟ୍ରଦୂତ, ଏବଂ ବହୁ ବୈଦେଶିକ ଅଧିକାରୀଙ୍କ ସହ ଅନ୍ୟତମ ଅତିଥି ଭାବେ ସୁପ୍ରସିଦ୍ଧ ଆନ୍ତର୍ଜାତିକ ସାଲସା ଡ୍ୟାନସର ତଥା ନୂଆ ଦିଲ୍ଲୀ ଡ୍ୟାନସ ପ୍ରୋଜେକ୍ଟ ହାଉସର ଯୁବ ନିର୍ଦ୍ଦେଶକ ସୁମିତ୍ ସୌରଭ ଯୋଗ ଦେଇଥିଲେ।

Post a Comment