ଆଶାଲତା ଜେନାଙ୍କ ସ୍ମୃତିରେ ରକ୍ତଦାନ ଶିବିର


ବାଲେଶ୍ବର,୨୨/୭ (ଲକ୍ଷ୍ମୀଧର ବାରିକ): ବାଲେଶ୍ବର ସହରର ଗୁଡ଼ିପଦାର ଆଶାଲତା ଜେନାଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୃଦୟାନନ୍ଦମାର୍ଗ କମିଟି ପକ୍ଷରୁ ଆସନ୍ତାକାଲି ‘ସମ୍ବାଦ- ଆମ ଓଡ଼ିଶା’ ମିଳିତ ସହଯୋଗରେ ଦିଲ୍ଲୀପ କୁମାର ଚାନ୍ଦଙ୍କ ବାସଭବନରେ ସକାଳ ୯ଟାରେ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ରବୀନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ଅଶେଷ କୁମାର ପଣ୍ଡା, ସକ୍ରିୟ ସଭ୍ୟ ଶଶିକାନ୍ତ ଜେନା, ପ୍ରଭାକର ସ୍ବାଇଁ, ଭଗବାନ ଆଚର୍ୟ୍ଯ, ଫକୀର ଚରଣ ସ୍ୱାଇଁ, ସତ୍ୟନାରାୟଣ ସ୍ୱାଇଁ, ଗୌରାଙ୍ଗ ଚନ୍ଦ୍ର ଜେନା, ସୁଶାନ୍ତ କୁମାର ବେହେରା, କୈଳାସ ଚନ୍ଦ୍ର ସେଠୀ, ଗଣେଶ କାମିଳା, ଶ୍ରୀକୃଷ୍ଣ ବିହାରୀ ଦାସ, ସୁଜିତ୍‌ କୁମାର ପଣ୍ଡା, ଜଗନ୍ନାଥ ସେଠି, ସୁଶାନ୍ତ ମାଇତି, ଦିଲ୍ଲୀପ ଚାନ୍ଦ, ରଂଜୁରାଣୀ ଲେଙ୍କା, ନାରାୟଣ ପ୍ରଧାନ, ହେମନ୍ତ ପଣ୍ଡା, କ୍ଷୀରମଣୀ କମିଳା, ବସନ୍ତ ଜେନା, ରାଜଶ୍ରୀ ଜେନା, ଦୀଘା ଭାଈ, ଅନନ୍ତ ପ୍ରସାଦ ଜେନା, ଅନୁ ବେହେରା, ସମ୍ବାଦ ସାଥୀ ଅଚ୍ୟୁତ ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର ସଫଳତା ପାଇଁ ଆଲୋଚନା କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବା ପାଇଁ ଆୟୋଜକ ପକ୍ଷରୁ ନିବେଦନ କରିଛନ୍ତି।

Post a Comment

Previous Post Next Post