ଜଳେଶ୍ୱର ନଗର ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ


ଜଳେଶ୍ୱର, ୨୨ ।୦୭ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ବିଜୁ ଜନତା ଦଳ ନଗର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଭଂଜ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମାନ୍ୟବର ରାଜ୍ୟ ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଜଳେଶ୍ୱର ପୈାରପାଳିକାରେ ୨୦୨୩/୨୪ ଆର୍ଥିକ ବର୍ଷରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପୈାରପାଳିକା ମଧ୍ୟରେ ୪ଟି କଲ୍ୟାଣ ମଣ୍ଡପ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ଟେଣ୍ଡର କାର୍ଯ୍ୟ ସମାପ୍ତ ହୋଇଛି । ଯାହାର ଅଟକଳ ମୂଲ୍ୟ ୧୦କୋଟି ୨୮ଲକ୍ଷ ଟଙ୍କା ବୋଲି ସୂଚନା ଦିଆଯାଇଛି । ସେହିପରି ମୁକ୍ତା ଯୋଜନାରେ ୨୦୨୩/୨୪ ଆର୍ଥôକ ବର୍ଷ ନିମନ୍ତେ ୪କୋଟି ୯୯ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ଯାହା ଦ୍ୱାରା ୧୩୮ଟି ପ୍ରକଳ୍ପ ୧୭ଟି ୱାର୍ଡରେ କାର୍ଯ୍ୟକାରୀ ହେବ । ୫-ଟି ସଚିବଙ୍କ ଗସ୍ତ ସମୟରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ସହରର ମନ୍ଦିର ଓ ମସ୍ଜିତ ତଥା କମ୍ୟୁନିଟୀ ସେଣ୍ଟର ଗୁଟିକର ନିର୍ମାଣ ଓ ନବକଳେବର ହେବା ପାଇଁ ୭୨ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଆମ ପୋଖରୀ ଯୋଜନାରେ ଜଳେଶ୍ୱର ସହରର ପ୍ରମୁଖ ୩ଟି ପୋଖରୀକୁ ଅନ୍ତର୍ଭୂକ୍ତ କରାଯିବା ସହିତ ଅନ୍ୟ ୬ଟି ପୋଖରୀ ଉନ୍ନତି କରଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ସେହିପରି ସୂଜଳ ଯୋଜନା ଜଳେଶ୍ୱର ସହରରେ ଲାଗୁ ହେବାକୁ ଯାଉଛି ଯାହା ଦ୍ୱାରା ସହର ବାସୀ ସପ୍ତାହ ସାରା ୨୪ଘଣ୍ଟା ପାନୀୟଜଳ ପାଇପାରିବେ । ସେଥିପାଇଁ ୬୦କୋଟି ଟଙ୍କାର ବୟ ଅଟକଳ କରାଯାଇଥିବା ସୂଚନା ଦିଆଯାଇଛି । ଜଳେଶ୍ୱର ସହରର ଉଦ୍ବୃତ ବର୍ଷାପାଣି ଓ ବନ୍ୟାପାଣି ନିଷ୍କାସନ ନିମନ୍ତେ ଷ୍ଟ୍ରର୍ମ ୱାଟର ମାଷ୍ଟର ପ୍ଲାନ ସର୍ଭେ ସହ ଡି.ପି.ଆର୍ ପ୍ରସ୍ତୁତ ହେଉଛି ବୋଲି ସୂଚନା ପ୍ରଦାନ କରାଯାଇଛି । ସେହିପରି ଲକ୍ଷ୍ମଣନାଥ ରୋଡ ନୂତନ କୋର୍ଟ ନିକଟରେ ଏକ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରସ୍ତାବ ପ୍ରଦାନ କରିଛନ୍ତି ତାହା ମଧ୍ୟ ଶୀଘ୍ର ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହାଛଡା ଜଳେଶ୍ୱରର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଏହି ସାମ୍ବଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଜଳେଶ୍ୱର ନଗର ସଭାପତି ସୁରଜୀତ ଘୋଷ, ବିଜୁ ଛାତ୍ର ନଗର ସଭାପତି ସୁରଜ ଚୈାରାସିଆ, ବିଜୁ ଯୁବ ନଗର ସଭାପତି ଆନନ୍ଦ କର, ବିଜୁ ମହିଳା ନଗର ସଭାପତି ଗିତାଂଜଳୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସୁରଜୀତ ଘୋଷ ଧନ୍ୟବାଦ ପ୍ରଦାନ କରିଥିଲେ ।

Post a Comment

Previous Post Next Post