ଅବ୍ୟବସ୍ଥା ରେ ଚାଲିଛି କବାଟଘାଟି ଉଚ୍ଚ ବିଦ୍ୟାଳୟ ର ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଠ ପଢା


ଜଳେଶ୍ବର,୨୨/୭(ଜଗନ୍ନାଥ ଗୋଛାୟତ) ରାଇବଣିଆ ଜଳେଶ୍ବର ବ୍ଲକ ରାଇବଣିଆ ପଞ୍ଚାୟତର କବାଟଘାଟୀ ସରକାରୀ ଉଚ୍ଚ ବିଦ୍ୟାଳୟଟି୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ ଟି ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଥିବାବେଳେ ୨୩୫ ଆଦିବାସୀ ଓ ହରିଜନ ପିଲାମାନେ ଅଧ୍ୟୟନ କରୁଛନ୍ତି ।ଏଠାରେ ବାଲେଶ୍ଵର ଜିଲ୍ଲା ସହିତ ମୟୁରଭଞ୍ଜ, କେଉଁଝର, ଓ ପଶ୍ଚିମବଙ୍ଗର ଛାତ୍ର ଛାତ୍ରୀ ମାନେ ଏଠାରେ ପାଠ ପଢି ଥାନ୍ତି ଏହି ସ୍କୁଲକୁ ସରକାରଙ୍କ ଦ୍ବାରା ଉନ୍ନତିକରଣ ପାଇଁ ୫-ଟି ଅନ୍ତର୍ଭୁକ୍ତ କରିଛନ୍ତି ।କିନ୍ତୁ ସେଥିରେ କିଛି ସୁଫଳ ମିଳି ପାରୁ ନାହିଁ ଅନ୍ୟ ଶ୍ରେଣୀ ଗୃହ ଗୁଡିକର କାନ୍ଥ ଏବଂ ଛପର ଉଡ଼ିଲାଣି, ତ କେଉଟି ଛାତରୁ ପାଣି ଗଲିଲାଣି ଆଉ ସେ ପରିବେଶକୁ ଆଖିରେ ନ ଦେଖିଲା ବିଶ୍ଵାସ କରି ହେବ ନାହିଁ ଯେହେତୁ ଏହା ଏକ ଆବାସିକ ବିଦ୍ୟାଳୟ ହୋଇ ଥିବାରୁ ପିଲା ମାନେ ହଷ୍ଟେଲରେ ରହି ପଢି ଥାନ୍ତି କିନ୍ତୁ ଭାରି ଦୁଃଖର କଥା ନା ଅଛି ପାଣିର ସୁବିଧା ନା ଅଛି ପାଇଖାନାର ବ୍ୟବସ୍ତା , ରହୁଥିବା ଘର ର ଛାତରୁ ଖସୁଛି ପ୍ଲାଷ୍ଟର,ଏହା ଏକ ଜଙ୍ଗଲ ମଧ୍ୟରେ ହେ।ଇଥିବାରୁ ହାତୀ ମଧ୍ୟ ବାରମ୍ବାର ପ୍ୟାଚେରି ନ ଥିବା ହେତୁ ବିଦ୍ୟାଳୟ ପରିସରରେ ପଶି କବାଟ ଝରକା ଭାଙ୍ଗି ଦେଇଥିଲ କିନ୍ତୁ ଅଳ୍ପକେ ବର୍ତୀ ଯାଇଥିଲେ ପିଲା ମାନେ।ହଷ୍ଟେଲ ପରିସରରେ ପାଇଖାନା ନଥିବା ହେତୁ ପିଲା ମାନେ ଜଙ୍ଗଲ ଭିତରକୁ ଯାଆନ୍ତି ନିତ୍ୟ କର୍ମ କରିବା ପାଇଁ ।କିଛି ଦିନ ପୂର୍ବରୁ ସ୍କୁଲରେ ଏକ ବିଦ୍ୟୁତ ପାଇଁ ଏକ ଟ୍ରାନ୍ସଫର୍ମର ଲଗାଯାଇଥିଲା ମଧ୍ୟ ଠିକାଦାରଙ୍କ ମାରଣ ନୀତି ପାଇଁ ବିଦ୍ୟୁତ ସଂଯୋଗ ହୋଇ ପାରୁନାହିଁ । ଅନ୍ୟତ୍ର ଏକ ବିପଦ ସଂକୁଳ ସ୍ଥାନରୁ ଅସ୍ଥାୟୀ ଭାବେ ବିଦ୍ୟୁତ ସଂଯୋଗ କରି ଚାଲିଛି ।ପିଇବା ପାଣି ପାଇଁ ଭରଷା ହାତମାଡ ଟ୍ୟୁବେଲ ଟିଏ । ଖାଲି ସେତିକି ନୁହେଁ ବିଦ୍ୟାଳୟରେ ୧୩ ଜଣ ଶିକ୍ଷକଙ୍କ ସ୍ଥାନରେ ୧୦ ଜଣ ଅଛନ୍ତି ,୪ ବର୍ଷ ହେଲା କିରାଣୀ ପଦ ମଧ୍ୟ ଖାଲି ପଡ଼ିଛି ଏବଂ ସ୍କୁଲ୍ ର ପ୍ରଧାନ ଶିକ୍ଷକ ବିଦ୍ୟାଳୟର କାମ ର ବାହାନା କରି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି ।୫-ଟି କାମର ଠିକାଦାର ବିଲ ପାଇବାରେ ବିଳମ୍ବ ହେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଛ ।ଏଥି ପାଇଁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏ ନେଇ ପୁରାତନ ଛାତ୍ର କୁନାରାମ ମୁର୍ମୁ, ଉଦୟ ନାଥ ହେମ୍ରରମ, ଦେବାଶିଷ ମୁର୍ମୁ, ୭ନ ଜୁନ ର ଜିଲା ପରିଷଦ, ତୁଳସୀ କିସ୍କୁ, ସମିତି ସଭ୍ୟ ରାଇବଣିଆ ନାଗି ହେମରମ, ପୂର୍ବତନ ରାଜସ୍ବ ନିରୀକ୍ଷକ ମେଘରାୟ ଟୁଡୁ, ବିନୋଦ ବିହାରୀ ହଂସଦା, ସମାଜସେବୀ ଦିନେଶ କିସ୍କୁ ବିଦ୍ୟାଳୟର ଉନ୍ନତି ପାଇଁ ବିଦ୍ୟାଳୟର ପ୍ରଧାନଶିଷକ ଚକ୍ରଧର ଦାସଙ୍କ ସହିତ ଆଲୋଚନା କରିଥିଲେ ।ଶ୍ରୀ ଦାସ କହିଥିଲେ କି ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତି କରାଇଛନ୍ତି ।ଏବଂ ଖୁବ ଶୀଘ୍ର ବିଦ୍ୟାଳୟର ଶ୍ରୀଣି ଗୃହ ଗୁଡିକ ମରାମତି କରାଯିବ । ଏ ନେଇ ଜିଲ୍ଲା ଜନମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ବାଳ ଙ୍କୁ ଆମେ ଯୋଗାଯୋଗ କରିଥିଲୁ ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ କି ସରକାର ଏ ନେଇ ଚେଷ୍ଟିତ ଏ ତତ୍ ଦ୍ବାରା ଆଗକୁ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ୍ ଗୁଡ଼ିକ ଖୁବ୍ ଶୀଘ୍ର ରୂପାନ୍ତରିତ ହେବ ଏବଂ ଉକ୍ତ ବିଦ୍ୟାଳୟ ର ଅବ୍ୟବସ୍ଥା ଦୂରୀକରଣ ହେବ।

Post a Comment

Previous Post Next Post