ବଡ଼ଚେରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଭବାନୀପାଟଣା ୦୧/୮(ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ଚେରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୀନା ଦାସ, ଅବସରପ୍ରାପ୍ତ ଶିକ୍ଷକ ବୈଦ୍ୟନାଥ ମହାପାତ୍ର, ସରପଞ୍ଚ ପ୍ରତିନିଧି କୁଶଚନ୍ଦ୍ର ସା, ସମାଜସେବୀ ଓ ସମିତି ସଭ୍ଯ ପ୍ରତିନିଧି ଦେବରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାୟକ, ସହ ଶିକ୍ଷୟତ୍ରୀ ସୁଭଦ୍ରା ମଙ୍ଗରାଜ, ନମ୍ରତା ପ୍ରିୟଦର୍ଶିନୀ ଓ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାନ୍ତିଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଅତିଥି ଓ ଉପସ୍ଥିତ ସମସ୍ତେ ୫୦ରୁ ଉର୍ଦ୍ଧ୍ଵ ଚାରା ରୋପଣ କରିଥିଲେ ।

Post a Comment

Previous Post Next Post