ପଲିଥିନରେ ରୋକ ଲାଗିବା ପରେ ବି ପଞ୍ଚଲିଙ୍ଗେଶ୍ବର ପୀଠରେ ମାଳ ମାଳ ପଲିଥିନ, ପଲିଥିନିରେ ରୋକ ଲଗାଇବାରେ ବିଫଳ ବନକର୍ମଚାରୀ

ନୀଳଗିରି,୧୮/୭(ଲକ୍ଷ୍ମୀଧର ବାରିକ) ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠରେ ପଲିଥିନ ବ୍ୟବହାରରେ ରୋକ ଲାଗିଥିଲେ ମଧ୍ୟ ପୀଠରେ ମାଳ ମାଳ ପଲିଥିନ ଦେଖିବାକୁ ମିଳିଛି।ଶ୍ରାବଣ ମାସ ଚାଲିଥିବାରୁ ଅନେକ କାଉଡିଆ ଭକ୍ତ ଦୂରଦୁରାନ୍ତରରୁ ଜଳାଭିଷେକ କରିବାପାଇଁ ବାବାଙ୍କ ପୀଠକୁ ଆସୁଥିବା ବେଳେ ସେମାନଙ୍କୁ ପଲିଥିନ ଉପରୁ ପୀଠ ନନେବା ପାଇଁ ବନକର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି ।ହେଲେ କାର୍ଯ୍ୟରେ ଅବହେଳା କରି ପଲିଥିନରେ ରୋକଲଗାଇବାରେ ବିଫଳ ହୋଇଛନ୍ତି ବନକର୍ମଚାରୀମାନେ। ପୂର୍ବରୁ ନୀଳଗିରି ଉପଜିଲ୍ଲାପାଳଙ୍କ ଦ୍ବାରା ଦୁଇଦୁଇଥର ସ୍ଥାନୀୟ ଦୋକାନୀ ଓ ମନ୍ଦିର ଟ୍ରଷ୍ଟ କମିଟିକୁ ଡକାଯାଇ ପଲିଥିନରେ ରୋକ ଲଗାଇବା ବୈଠକ କରାଯାଇ ଶପଥ ଗ୍ରହଣ କରାଯାଇଛି।ଯାହାକୁ ଦୋକାନୀ ମାନେ ମାନିଛନ୍ତି ଏବଂ ଫୁଲ ଓ ଭୋଗ ଦେବା ବେଳେ କାଠର ପାତ୍ର ବ୍ୟବହାର କରୁଛନ୍ତି। ଉପଜିଲ୍ଲାପାଳ ପୀଠକୁ ପରିଦର୍ଶନରେ ଆଶି ଜଳାଭିଷେକ ସମୟରେ ପୀଠକୁ ଯେପରି ପଲିଥିନ ନଯାଇ ପାରିବ ସେଥିପାଇଁ ବନକର୍ମଚାରୀଙ୍କୁ ନିୟୋଜିତ କରିଥିଲେ ।ହେଲେ କାର୍ଯ୍ୟରେ ଅବହେଳା କରିଛନ୍ତି ବନରଯକର୍ମଚାରୀମାନେ।ଏହି ଖବର ପ୍ରସାରଣ ପରେ ଉପଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା।

Post a Comment

Previous Post Next Post