ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କ ବିନିକା ଝରାପଡା ବସ୍ତି ପରିଦର୍ଶନ


ସୁବର୍ଣ୍ଣପୁର (ଗଣପତି ବାଘ) ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଆଜି ବିନିକା ବ୍ଲକ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରାପଡ଼ା ପରିଦର୍ଶନ କରି ବସ୍ତି ରେ ବସବାସ କରୁଥିବା ୨୦ ଟି ପରିବାର ର ମୁଖ୍ୟ ତଥା ସଦସ୍ୟ ଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ସହିତ ବାର୍ତ୍ତାଲାପ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିବା ତହସିଲଦାର ବିନିକା ମୁକ୍ତେଶ୍ଵର ପାଣିଗ୍ରାହୀ ଓ ଆର.ଆଇ. ସେଲେଡି ଙ୍କୁ ବସ୍ତି ରେ ବସବାସ କରୁଥିବା ପ୍ରତ୍ୟେକ ପରିବାର ର ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦେଇଛନ୍ତି । ସେମାନଙ୍କ ବର୍ତ୍ତମାନ ସ୍ଥିତିରେ ରହିବାପାଇଁ ତୁରନ୍ତ ଆବଶ୍ୟକ ପଲିଥିନ ପ୍ରଦାନ କରିବାକୁ ତହସିଲଦାର ଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । ତହସିଲଦାର ଙ୍କ ଠାରୁ ପରିବାର ଗୁଡିକର ବିସ୍ତୃତ ତଥ୍ୟ ହସ୍ତଗତ ପରେ ସେମାନଙ୍କୁ ଆବଶ୍ୟକ ସହାୟତା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Post a Comment

Previous Post Next Post