ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ବାଲେଶ୍ଵର, ୨୭/୭ (ଲକ୍ଷ୍ମୀଧର ବାରିକ): ରେମୁଣା ଥାନା ମନ୍ଦାରପୁର ଗ୍ରାମର ଗଜେନ୍ଦ୍ର ଦାସ(୭୫) ଗତ ୨୪ ତାରିଖ ପୂର୍ବାହ୍‌ଣରେ ସୋନନଦୀ ପାର ହେଉଥିବା ସମୟରେ ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲେ। ଗ୍ରାମବାସୀ ତଥା ଦମକଳବାହିନୀ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ପାଇ ନଥିଲେ। ତେବେ ଗତକାଲି ବଳରାମଗଡ଼ି ଚାରିଗୋଚ୍ଛିଆ‌ ନିକଟସ୍ଥ ବୁଢ଼ାବଳଙ୍ଗ ମୁହାଣରେ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଦମକଳବାହିନୀକୁ ଖବର ଦିଆଯାଇଥିଲା। ଦମକଳବାହିନୀ ସହାୟତାରେ ନିଖୋଜ ଗଜେନ୍ଦ୍ରଙ୍କ ଗଳିତଶବ ଉଦ୍ଧାର କରାଯାଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଦ୍ବାରା ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Post a Comment

Previous Post Next Post