ସରକାରୀ ଠିକାଦାର ସଂଘର ଏକ ସାଧାରଣ ସଭା

ବାଲେଶ୍ଵର, ୨୭/୭ (ଲକ୍ଷ୍ମୀଧର ବାରିକ) ସରକାରୀ ଠିକାଦାର ସଂଘର ଏକ ସାଧାରଣ ସଭା ଭେନ୍ୟା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦୀପ୍ତିକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ନିର୍ମାଣ ସାମଗ୍ରୀ ବାଲି ମାଟି,ମୋରମ, ଚିପ୍ସ ପଥର ଆଦି ଆବଶ୍ୟକ ମୁତାବକ ମିଳୁନଥିବାରୁ ଜିଲ୍ଲାର ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ସରକାରୀ କାର୍ଯ୍ୟଗୁଡ଼ିକ ବନ୍ଦ ହୋଇଯାଇଛି। ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଜିଲ୍ଲାର ସବୁ ଅଞ୍ଚଳରେ ପ୍ରଶାସନିକ କଟକଣା ପ୍ରତିବନ୍ଧକ ସାଜିଥିବାରୁ ସରକାରଙ୍କ ଅନେକ ଉନ୍ନୟନମୂଳକ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ବିଭିନ୍ନ ପ୍ରକଳ୍ପ ଚୁକ୍ତିନାମା ଅନୁସାରେ ସଠିକ୍‌ ସମୟରେ କାର୍ଯ୍ୟ ସମାପ୍ତ ନହେବାରୁ ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଉପରେ ଜରିମାନା ଆଦାୟ କରୁଥିବା ଅଭିଯୋଗ କରି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଉପରୋକ୍ତ ବିଷୟରେ ବିଧିବଦ୍ଧ ନିରାକରଣ ଓ ସମାଧାନର କରିବା ପାଇଁ ଜିଲ୍ଲାପାଳ ଓ ସମସ୍ତ ନିର୍ମାଣ ବିଭାଗର ଅଧିକାରୀମାନଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପାଇଁ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଆସନ୍ତା ୧୫ ଦିନ ମଧ୍ୟରେ ଆବଶ୍ୟକୀୟ ନିର୍ମାଣ ସାମଗ୍ରୀ ନମିଳିଲେ ଜିଲ୍ଲାର ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ସଂଘରେ ନିଷ୍ପତ୍ତି ନିଆଯାଇଥିଲା। ଆଲୋଚନାଚକ୍ରରେ କମଳାକାନ୍ତ ପଣ୍ଡା, ଅଦୈତ୍ୟ ଖୁଣ୍ଟିଆ, ଫାଲଗୁନୀ ମହାପାତ୍ର, ସୁଜାତା ମଣ୍ଡଳ, ରଣଜିତ୍‌ ବିଶ୍ବାଳ, ସଂଜୟ କୁମାର ଦେ, ରାମଚନ୍ଦ୍ର ମହାକୁଡ, ନରେନ୍ଦ୍ର ପ୍ରସାଦ ରାଜ, ପୂର୍ଣ୍ଣେନ୍ଦୁ ପ୍ରଧାନ, ବିଜୟ ସିଂ, ରବୀନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅମୋଲ ପଣ୍ଡା, ହରେକୃଷ୍ଣ ପଣ୍ଡା, ପ୍ରଫୁଲ ପରିଡା, ଉଦୟ ଜ୍ୟୋତି ମହାନ୍ତି, ଉପେନ୍ଦ୍ର ବେହେରା, ଲୋକନାଥ ଜେନା ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Post a Comment

Previous Post Next Post