ଓଡ଼ିଶା ରାଜ୍ୟ ବନେଷଧ ବିଶେଷଜ୍ଞ ମହାସଂଘ ପକ୍ଷରୁ ସେବା ସମ୍ମାନ


କେନ୍ଦୁଝର : (ଆଜତକ୍ ଓଡ଼ିଶା) କେନ୍ଦୁଝର ଜିଲ୍ଲାର ଓଡ଼ିଶା ରାଜ୍ୟ ବନେଷଧ ବିଶେଷଜ୍ଞ ମହାସଂଘର ବାର୍ଷିକ ମହୋଉତ୍ସବ ଶୁଭ ଅବସରରେ ସାମାଜିକ କର୍ମୀ ତଥା ପଶୁପ୍ରେମୀ ଶ୍ରୀମତୀ ଗୀତା ବିଶ୍ୱାସଙ୍କର ସମାଜ ପ୍ରତି ଥିବା ନିଃସ୍ୱାର୍ଥପର ସେବା ମନଭାବକୁ ସମ୍ମାନ ଜଣାଇ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି ଉପହାର ସ୍ୱରୂପ ମାନପତ୍ର ଓ ଉପଢୌକନ ପ୍ରଦାନ କରି ଶୁଭ ମନାସିଛନ୍ତି,ମୂଲ୍ୟବାନ ସମୟ ଓ ସେବାର ତ ମୂଲ୍ୟ କେହି କେବେ ଦେଇ ପାରିବେ ନାହିଁ ସେବା କାର୍ୟ୍ଯକୁ ସମ୍ମାନ ଜଣାଇ ଆଗକୁ ବଢିବାକୁ ଉତ୍ସାହିତ କରିବାର ଛୋଟ ପ୍ରୟାସ କରାଯାଇଥିଲା ଅନୁଷ୍ଠାନ ପକ୍ଷରୁ,ସାମାଜିକ କର୍ମୀ ଶ୍ରୀମତୀ ଗୀତା ବିଶ୍ୱାସ କହିଛନ୍ତି ସେ ଏହି ସମ୍ମାନ ପାଇଁ ବହୁତ ଖୁସି ଅନୁଭବ କରିବା ସହିତ ନିଜରକୁ ଗୌରବମୟ ମନେ କରୁଛନ୍ତି ତାଙ୍କର ଏହି ସମ୍ମାନ ତାଙ୍କ ପାଇଁ ପ୍ରେରଣା ହୋଇ ରହିବ ଗୀତା ବିଶ୍ୱାସ ଓଡ଼ିଶା ରାଜ୍ୟ ବନେଷଧ ବିଶେଷଜ୍ଞ ମହାସଂଘକୁ ଓ ଅନୁଷ୍ଠାନର ସମ୍ପାଦକ ଯୁଗଳ କେଶବ ନାଥ ଓ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Post a Comment

Previous Post Next Post