ବାଲେଶ୍ୱର (ପ୍ରଭାକର ମଲ୍ଲିକ) ୨୮ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ କ୍ରମାଗତ ଭାବେ ବିକାଶ ସ୍ରୋତରୁ ପଛେଇ ଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମାନାଗମନ, ପର୍ଯ୍ୟଟନ, ଶିଳ୍ପ, କୃଷି ଆଦି ସବୁ କ୍ଷେତ୍ରରେ ପଛରେ ପଡ଼ିଯାଇଛି । 5t ସଚିବଙ୍କ ବାଲିଆପାଳ ଗସ୍ତ ପରିପେକ୍ଷି ରେ ବାଲିଆପାଳର ମୌଳିକ ଦାବୀ ବାବଦରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଗଲା ।
(୧) ମରଣଯନ୍ତା ପାଲଟିଥିବା ବାଲିଆପାଳ ରୁ ଡଗରା ମୂଖ୍ୟ ରାସ୍ତାର ପୁନଃଉଦ୍ଧାର ଏବଂ ନବୀକରଣ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉ।
(୨) ବାଲିଆପାଳ ବ୍ଲକର ଲକ୍ଷାଧିକ ସାଧାରଣ ଲୋକଙ୍କ ସ୍ଵାର୍ଥ ପାଇଁ ବାଲିଆପାଳ CHC କୁ 5t ଆମ ହସ୍ପିଟାଲ୍ ଯୋଜନାରେ ତୁରନ୍ତ ସାମିଲ କରାଯାଉ।
(୩) ଦୀର୍ଘ ଦିନ ଧରି ବନ୍ଦ ହୋଇପଡ଼ିଥିବା ଶ୍ରୀ ଗୋପିନାଥ ସ୍ପିନିଙ୍ଗ ମିଲକୁ କାର୍ଯ୍ୟକ୍ଷମ କରାଯାଉ ଅଥବା ସେଠାକାର ପର୍ଯ୍ୟାପ୍ତ ଭିତ୍ତିଭୂମିକୁ ଉପଯୋଗ କରି ଆମ ଅଞ୍ଚଳର ୨୦୦୦ ମହିଳାକୁ ନେଇ ଗୋଟିଏ ବୃହତ ହସ୍ତ୍ରଶିଳ୍ପ ଅଥବା ବୟନ ଶିଳ୍ପ ପ୍ରତିଷ୍ଠା କରାଯାଉ।
(୪) ନିର୍ବାଚନ ମଣ୍ଡଳୀ ସିଂହଭାଗ ଭୋଟର ବାଲିଆପାଳ ବ୍ଲକରୁ ହୋଇଥିବା ହେତୁ ବାଲିଆପାଳ ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଦୀର୍ଘ ଦିନରୁ ଆମେ ମାନେ ଦାବୀ କରିଆସୁଥିବା ବସ୍ତା ନିର୍ବାଚନ ମଣ୍ଡଳୀର ନାମ ସଂଶୋଧନ କରି ବାଲିଆପାଳ-ବସ୍ତା ରଖାଯାଉ।
(୫) ପୂର୍ବରୁ ପ୍ରଶାସନିକ ପ୍ରତିଶୃତି ମିଳିଥିବା ଶୀତଳଭଣ୍ଡାର ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ।
(୬) ବାଲିଆପାଳ ବ୍ଲକର ବୋଳଙ୍ଗ ଠାରେ ଉପଯୁକ୍ତ ଭିତ୍ତିଭୂମି ବିନିଯୋଗ କରି ତୁରନ୍ତ ଏକ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଉ। (୭) ଓଡିଶାର ଅନନ୍ୟ ବେଳାଭୂମିର ପର୍ଯ୍ୟାପ୍ତ ବିକାଶ କରାଯାଇ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତିର ସୃଷ୍ଟି କରାଯାଉ।
(୮) କ୍ରମାଗତ ଭାବରେ ଚଉମୁଖ-ଡଗରା ବେଳାଭୂମିରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଡଗରା ଠାରେ ଏକ ପୋଲିସ ଆଉଟପୋଷ୍ଟ ସ୍ଥାପନ କରାଯାଉ।
(୯) ପର୍ଯ୍ୟଟନର ବିକାଶ ନିମନ୍ତେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ଆଧ୍ୟାତ୍ମିକ ଚେତନାକୁ ଧ୍ୟାନରେ ରଖି ଖଗଡାପାଳ ଠାରେ ଥିବା ଶ୍ରଦ୍ଧାପତି ଜଗନ୍ନାଥ ମନ୍ଦିରକୁ 5t ଯୋଜନାରେ ସାମିଲ କରି ତାର ପାରିପାଶ୍ଵିକ ଉନ୍ନତି କରାଯାଉ।
(୧୦) ବାଲିଆପାଳ ବ୍ଲକର କେନ୍ଦ୍ରସ୍ଥଳୀରେ ସାମୁହିକ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ନିମନ୍ତେ ଏକ ବୃହତ ସଭାଗୃହ ତଥା ବାଲିଆପାଳ ବ୍ଲକ ଅଫିସ ପରିସର ମଧ୍ୟରେ ସାମ୍ୱାଦିକ ମାନଙ୍କର ବ୍ୟବହାର ନିମନ୍ତେ ସାମ୍ୱାଦିକ ପ୍ରକୋଷ୍ଠ କାର୍ଯ୍ଯକ୍ଷମ କରାଯାଉ । (୧୧) ବାଲିଆପାଳ ବ୍ଲକରେ ବହୁବିଧ ସରକାରୀ କାର୍ଯ୍ୟାଳୟ, ସଂଖ୍ୟାଧିକ ସରକାରୀ ତଥା ବେସରକରୀ ବ୍ୟାଙ୍କ,ଅନେକ ବ୍ୟବସାୟିକ ଅନୁଷ୍ଠାନ ତଥା ଲକ୍ଷାଧିକ ଛାତ୍ର ଛାତ୍ରୀ, ଯୁବକ ଯୁବତୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ବାଲିଆପାଳ ଠାରେ ଏକ ସବଟ୍ରେଜେରି ସ୍ଥାପନା କରାଯାଉ।
(୧୨) ସିମୁଳିଆ ଠାରେ ପ୍ରସ୍ତାବିତ କୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ।
(୧୩) ଆବଶ୍ୟକୀୟ ସମସ୍ତ ସର୍ତ୍ତାବଳୀ ପୂରଣ କରିପାରୁଥିବା ବାଲିଆପାଳ ମଧୁପୁରା ଗ୍ରାମ ପଞ୍ଚାୟତକୁ ନେଇ ବାଲିଆପାଳ N.A.C ର ସରକାରୀ ଘୋଷଣା ଖୁବ ଶୀଘ୍ର କରାଯାଉ।
(୧୪) ବନ୍ୟା ପ୍ରତିକାର ତଥା ଜନଜୀବନର ସୁରକ୍ଷା ଦୃଷ୍ଟିରୁ ସୁବର୍ଣ୍ଣରେଖା ନଦୀର ଆଡିବନ୍ଧକୁ ଆଗାମୀ ବର୍ଷା ଋତୁ ପୂର୍ବରୁ ତୁରନ୍ତ ମରାମତି ତଥା ସୁଦୃଢ଼ିକରଣ କରାଯାଉ।
(୧୫) ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଉ ।
(୧୬) ଐତିହାସିକ କୋଷ୍ଟକେନାଲର ପୁନଃଉଦ୍ଧାର କରାଯାଇ ଜଳସେଚନ, ଗମନାଗମନ,ପରିବହନ , ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ପ୍ରଯ୍ୟାପ୍ତ ସମ୍ଭାବନା ସୃଷ୍ଟି କରାଯାଉ ଏବଂ ସୁଇସ୍ ଗେଟ୍ ର ସ୍ଥାପନା କରାଯାଉ ।
(୧୭) ପୌରାଣିକ ତଥା ଐତିହାସିକ ଗୁରୁତ୍ଵବହନ କରୁଥିବା ଅଦ୍ୱିତୀୟ ଶୋଳଷା ପାଣ୍ଠ କୁ କେନ୍ଦ୍ର କରି ନୂତନ ଅତ୍ୟାଧୁନିକ ବୈଷୟିକ କୌଶଳ ଉପଯୋଗ କରି ବୈଜ୍ଞାନିକ କୃଷି ପଦ୍ଧତିକୁ ବିନିଯୋଗ କରି ଏକ ବୃହତ କୃଷି କରିଡୋର ସ୍ଥାପନ କରାଯାଉ।
(୧୮) ବାଲିଆପାଳ - ଭୋଗରାଇ କୁ ସଂଯୋଗ କରୁଥିବା ସୁବର୍ଣ୍ଣରେଖା ନଦୀ ଉପରେ ପନ୍ତେଇ ଠାରେ ନିର୍ମାଣଧିନ ସେତୁକୁ ଯଥା ଶିଘ୍ର ସମ୍ପୂର୍ଣ କରି ଲୋକାର୍ପଣ କରାଯାଉ ।
(୧୯) ଦକ୍ଷିଣ ବାଲିଆପାଳ ସମୁଦ୍ର ଉପକୂଳବର୍ତ୍ତି ଗ୍ରାମ ଗୁଡ଼ିକର ସୁରକ୍ଷା ପାଇଁ ଲୁଣାପାଣି ପ୍ରତିରୋଧ ପାଇଁ ଆବଶ୍ୟକ ଆଡ଼ିବନ୍ଧ ନିର୍ମାଣ କରାଯାଉ ଏବଂ କୃଷି ଓ ଧନଜୀବନର ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ।
Post a Comment