ଭୁବନେଶ୍ୱର (ଆଜତକ୍ ଓଡ଼ିଶା) ବିଶ୍ଵ ରକ୍ତଦାତା ଦିବସ ଉପଲକ୍ଷେ ଭାରତୀୟ ରେଡକ୍ରସ୍ ସମିତି ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ବର ପକ୍ଷରୁ ରାଜ୍ୟସ୍ତରୀୟ ରକ୍ତ ନାୟକ ପୁରସ୍କାର ଦିଆଯାଇଛି। ସମ୍ବର୍ଦ୍ଧନା ଉତ୍ସବ ରେଡକ୍ରସ୍ ଭବନରେ ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ଜିଲାରୁ ବର୍ଷରେ ଅଧିକ ଥର ରକ୍ତଦାନ କରିଥିବା ସ୍ଵେଚ୍ଛାସେବୀଙ୍କୁ “ରକ୍ତ ନାୟକ ପୁରସ୍କାର' ୨୦୨୨-୨୩ ଆୱାର୍ଡ ଦିଆଯାଇଥିଲା। ଉତ୍ସବରେ ଭାରତୀୟ ରେଡକ୍ରସ୍ ଓଡ଼ିଶା ରାଜ୍ୟ ଶାଖାର କୋଷାଧ୍ଯକ୍ଷ ଭାବନି ପ୍ରସାଦ ନନ୍ଦ, ସେଣ୍ଟ ଜନ୍ ଆମ୍ବୁଲାନ୍ସ ଅବୈତନିକ ସଚିବ ନିମାର ରାଉତରାୟ ,ଏସ୍ବିଟିସିର ପୂର୍ବତନ ନିର୍ଦେଶକ ଦେବୀ ପ୍ରସାଦ ରଥ, ଡାକ୍ତରଖାନା ଅତ୍କାରୀ ପ୍ରଦୀପ ମହାରଣା, ଲଳିତେନ୍ଦୁ ମହାନ୍ତି, ରାଜ୍ୟ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ଵାଇଁ , ଗୁଲସନ କୁମାର ଦାଶ, ଗୌରୀମଣି ବିଶ୍ବାଳ ଅତିଥ୍ ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶଥାଉ କି ଓଡ଼ିଶାର ରାଜ୍ୟର ଜୁନିୟର ରେଡ଼କ୍ରସ କାଉନସେଲର ୧୨ ଜଣ ମଧ୍ୟରୁ ବଲାଂଗୀର ଜିଲ୍ଲାରୁ ୪ ଜଣ ଜୁନିୟର ରେଡ଼କ୍ରସ କାଉନସେଲର ଘୁନା ହାଇସ୍କୁଲର ପ୍ରଭାକର ଛନ୍ଦ, ଡେଙ୍ଗ ହାଇସ୍କୁଲର ରାମ ନାରାୟଣ ଦାଶ, କୁତମୁଣ୍ଡା ହାଇସ୍କୁଲର ଘନଶ୍ୟାମ ମେହେର, ପାଖନମୁଣ୍ଡା ଉଚ୍ଚ ବିଦ୍ୟାଳୟର ବିରଞ୍ଚି ଦାସ ପ୍ରମୁଖ ରକ୍ତ ନାୟକ ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ସବୁ ଦାନରେ ସ୍ଵାର୍ଥ ଥିବାବେଳେ ରକ୍ତଦାନରେ କୌଣସି ସ୍ୱାର୍ଥ ନଥାଏ । ତେଣୁ ଏହି ଦାନ ସବୁଠାରୁ ଶ୍ରେଷ୍ଠଦାନ ଅଟେ । ତେଣୁ ସମସ୍ତେ ନିୟମିତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ମତ ରଖିବା ସହ ସମସ୍ତ ଜୁନିୟର ରେଡ଼କ୍ରସ କାଉନସେଲର ମାନଙ୍କୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେ଼ପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର , ରକ୍ତ ଭାଣ୍ଡର କର୍ମଚାରୀ , ରେଡ଼କ୍ରସ କର୍ମୀବୃନ୍ଦ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

Post a Comment