ଜଳେଶ୍ୱର ୨୨/୬ (ଜଗନ୍ନାଥ ଗୋଛାୟତ) ଶାସନବାର୍ଡର ମିର ସ÷ଫ ଅଲ୍ଲି (୨୭) ଓ ସେକ୍ ସୁଲତାର (୨୨) ସହିତ ପଂଚୁଘଣ୍ଟା ଗାଁର ବନମାଳି ପାତ୍ର (୫୫), ବାବୁ ଓରଫ ଚନ୍ଦନ ସାମଲ (୩୩) ସହିତ ପୂର୍ବ ଶତ୍ରୁତା ରହିଆସିଥିଲା । ଗତ ବୁଧବାର ଅପରାହ୍ନରେ ରଥଯାତ୍ରା ଥିବାରୁ ମିର ସ÷ଫ ଅଲ୍ଲି ଓ ସେକ୍ ସୁଲତାର ନିକଟସ୍ଥ ପୀର ବଜାରରେ ରଥଯାତ୍ରା ଦେଖିବାକୁ ଯାଇଥିଲେ । ସୁଯୋଗ ଉଣ୍ଡି ବନମାଳି ପାତ୍ରଙ୍କ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ । ଶେଷରେ ଉଭୟ ନିଶାସକ୍ତ ଥିବା ବେଳେ ଭଂଗା କାଚ ମଦବୋତଲ ମିର ସ÷ଫ ଅଲ୍ଲି ଓ ସେକ୍ ସୁଲତାଙ୍କ ପେଟ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ପରେ ପୁଲିସ୍ ଘଟଣାସ୍ଥଳକୁ ଯାଇ ବନମାଳି ପାତ୍ରଙ୍କୁ ଗିରଫ କରିଥିବା ବେଳେ ଚନ୍ଦନ ସାମଲ ଫେରାର ଥିବା କୁହାଯାଇଛି । ଉଭୟ ଗୁରୁତରଙ୍କୁ ପ୍ରଥମେ ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଥିନେଇ ଉଭୟଗୋଷ୍ଠୀ ମଧ୍ୟରୁ ସମସ୍ୟାର ସମାଧାନ ଲାଗି ପ୍ରୟାସ ଜାରି ରହିଛି ।

Post a Comment