ବିଶ୍ୱ ପରିବେଶ ଦିବସ ପାଳିତ ସମ୍ଭବ ଟ୍ରଷ୍ଟ ପକ୍ଷରୁ


ଯାଜପୁର,(ଆଜତକ୍ ଓଡ଼ିଶା) ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଯାଜପୁର ଜିଲ୍ଲା ଛତିଆ ସ୍ଥିତ ଚମ୍ପାପୁର ଠାରେ ଅଙ୍ଗନ ବାଡ଼ି କେନ୍ଦ୍ରର ପରିସରରେ ବୃକ୍ଷ ରୋପଣ ସେବା କାର୍ୟ୍ଯ କରାଯାଇଛି କିଛି ଫୁଲ ଓ ଫଳ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ଆମର ଜୀବନ ଏହାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୃକ୍ଷ ଲଗାନ୍ତୁ ପରିବେଶ ସୁନ୍ଦର ରଖନ୍ତୁ । ସମ୍ଭବ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସଦସ୍ୟ କିଶୋର ସିଂହ,ଯଶବନ୍ତ ସିଂହ ଜାଗେଶ୍ୱର ସିଂହ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ ସେବାରେ । ପରିବେଶର ସୁରକ୍ଷା ସାଧନ ଆମ ସମସ୍ତଙ୍କର ଏକ ନୈତିକ କର୍ତ୍ତବ୍ୟ ଏବଂ ଏ ସୁନ୍ଦର ବିଶ୍ୱକୁ ବଞ୍ଚାଇ ରଖିବାକୁ ହେଲେ ପରିବେଶର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ଆମ ପ୍ରତ୍ୟେକଙ୍କୁ ଧ୍ୟାନ ଦେବାକୁ ପଡ଼ିବ ।

Post a Comment

Previous Post Next Post