ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଘୁନା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଭାକର ଛନ୍ଦ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚଣ୍ଡାଳ ମିଶ୍ର ଓ ସମ୍ମlନିତ ଅତିଥି ଭାଵରେ ପ୍ରକୃତି ବନ୍ଧୁ ଝସ କେତନ ରଣା ଯୋଗଦାନ କରି ଥିଲେ । କାର୍ଯ୍ୟକ୍ରମରେ ପରିବେଶକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପରିବେଶକୁ ସୁଧାରିବାକୁ ଯାଇ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରି କିପରି ଯୋଗଦାନ କରିବା ସହିତ ପଲିଥିନ ମୁକ୍ତ ପରିବେଶ କରାଯାଇ ପାରିବ ସେ ଉପରେ ଅତିଥିଗଣ ମତବ୍ୟକ୍ତ କରି ଥିଲେ । ସଭା ପ୍ରାରମ୍ଭରେ ବାଲେଶ୍ବର ଜିଲ୍ଲା ବାହାନାଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ଵରୂପ ନାଏକ, ସାରତ କୁମାର ସାହୁ, ଲୋକନାଥ ପୁଟା ଛାତ୍ର ରମେଶ ରଣା, ଜିତୁ ବାରିକ, ଶିବ ରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Post a Comment