ଜଳେଶ୍ୱର, ୨୧ ।୦୬ (ଜଗନ୍ନାଥ ଗୋଛାୟତ): ଆସନ୍ତା ୨୩ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଜଳେଶ୍ୱର ଗସ୍ତକୁ ନେଇ ଜଳେଶ୍ୱର ବିଜେପି ପକ୍ଷରୁ ମଧୁବନ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସର୍ବଜନୀନ ହିତ ଦୃଷ୍ଟିରୁ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ଉପାନ୍ତ ଜଳେଶ୍ୱର ଜନସାଧାରଣଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ତଥା ମୈାଳିକ ଆବଶ୍ୟକତା ପରିପୁରଣ ନିମନ୍ତେ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତାର ସମାଧାନ ପାଇଁ ନିବେଦନ କରାଯାଇଛି । ପ୍ରଥମତଃ-ଭଗୌଳିକ ଅବସ୍ଥିତି ଦୃଷ୍ଟି କୋଣରୁ ଜଳେଶ୍ୱରକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦିଆଗଲେ ଜଳେଶ୍ୱର ଜନ ଜୀବନରେ ଏକ ଅଭୂତପୂର୍ବ ପରିବର୍ତନ ତଥା ପ୍ରଗତି ସାଧିତ ହୋଇ ପାରିବ, ଆଦିବାସୀ ଅଧ୍ୟୁଷିତ ରାଇବଣିଆ ଅଂଚଳକୁ ତହସିଲ ଏବଂ ବ୍ଲକ ମାନ୍ୟତା ପ୍ରଦାନ କରାଯାଉ, ସୁବର୍ଣ୍ଣରେଖା ବନ୍ୟା ନିୟନ୍ତ୍ରଣ ପାଇଁ ଏକ ସ୍ଥାୟୀ ରିଂ ରୋଡ ରାଜଘାଟ ଠାରୁ ଗୋବରଘାଟା ପର୍ଯ୍ୟନ୍ତ ନିର୍ମାଣ କରାଯାଉ, ଜଳେଶ୍ୱର ନିର୍ମାଣଧୀନ ରେଲୱେ ଫ୍ଲାଇ ଓଭରବ୍ରୀଜ କାର୍ଯ୍ୟ ଅହେତୁକ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ଏବଂ ତୃଟିପୂର୍ଣ୍ଣ ଡିଜାଇନ ପାଇଁ ଭବିଷ୍ୟତରେ ବହୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ତାର ତଦନ୍ତ, ଜଳେଶ୍ୱର ପୈାରାଂଚଳରେ ପଶ୍ଚିମବଙ୍ଗରୁ ଆସୁଥିବା ଉଦ୍ବୃତ ବନ୍ୟା ଓ ବର୍ଷାପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ପ୍ରତିବର୍ଷ ଫସଲ ନଷ୍ଟ ହେଉଛି । ତାର ପ୍ରତିକାର ବ୍ୟବସ୍ଥା କରିବା, ସୁବର୍ଣ୍ଣରେଖା ନଦୀ ବାଲି ଶଯ୍ୟାରୁ ବାଲି ଉଠାଣ ସରକାରଙ୍କ ଦ୍ୱାରା ବନ୍ଦ ଥିବାରୁ ଗରୀବ ଲୋକେ ଆବାସ ଯୋଜନାର ଗୃହ ନିର୍ମାଣ କରିବାରେ ଅସୁବିଧା ଭୋଗ କରୁଥିବା ବେଳେ ବାଲି ମାଫିଆ ମାନେ ଚୋରାରେ ଦିନରାତ୍ରୀ ବାଲି ବିକ୍ରୀ କରୁଛନ୍ତି ପ୍ରଶାସନ ନୀରବ କାହିଁକି, ଜଳେଶ୍ୱର-ପଶ୍ଚିମବାଡ ରାସ୍ତା କାର୍ଯ୍ୟ ନିମ୍ନମାନର ଓ ବହୁ ବିଳମ୍ବିତ ହେଉଥିବାରୁ ଜନସାଧାରଣ ବର୍ଷବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାର ପ୍ରତିକାର, ୫ଟି ସଚିବ ନିଜର ଗସ୍ତ ସମୟରେ ୫ଟି ବିଦ୍ୟାଳୟ ଗୁଡିକରେ ହୋଇଥିବା ଦୁର୍ନୀତି ଓ ନିମ୍ନ ମାନ କାର୍ଯ୍ୟର ତଦାରଖ କରିବେ କି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ପ୍ରଶ୍ନ କରିବା ସଙ୍ଗେସଙ୍ଗେ ଏଥିପାଇଁ ସଚିବ ପାଣ୍ଡିଆନଙ୍କୁ ଦାୟୀ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶରେ ବିଜେପି ଯୁବନେତା ଦିବ୍ୟକାମ ମହାନ୍ତି, ମନୋଜ ସାସମଲ, ପ୍ରତାପ ସେନାପତି, ସିଦେ୍ଧଶ୍ୱର ପଣ୍ଡା, ପ୍ରଣବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment