ପତଞ୍ଜଳି ଯୋଗ ଶିବିର ଓ ବ୍ରହ୍ମକୁମାରୀ ପକ୍ଷରୁ ଦିଗମ୍ବରୀ ଦେବୀ ଶିଳ୍ପ ତାଲିମ କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ ପାଳିତ


ଜଳେଶ୍ୱର ବ୍ଳକ, ତା ୨୧/୬ (ଜଗନ୍ନାଥ ଗୋଛାୟତ) ଆନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସାରା ବିଶ୍ବ ପାଳନ କରିଛି ଆଜି ଯୋଗ ଶିବିର।ଏହି ଅବସରରେ ଆଜି ପ୍ରାତ ୫ଟା ୩୦ମିନିଟ ସମୟରେ ଜଳେଶ୍ବର ସ୍ଥିତ ବାସନ୍ତୀ ପଡ଼ିଆ ନିକଟ ଦିଗମ୍ବରୀ ଦେବୀ ଆଇଟିଆଇ ସଭାଗୃହ ପରିସରରେ ପତଞ୍ଜଳି ଯୋଗ ଶିବିର ଓ ବ୍ରହ୍ମକୁମାରୀ ପକ୍ଷରୁ ଅନ୍ତରଜାତୀୟ ଯୋଗ ଦିବସ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଦିଗମ୍ବରୀ ଦେବୀ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡଃ ଅଜିତ୍ କୁମାର ମହାନ୍ତି, ଆଇନଜୀବି ରାମଚନ୍ଦ୍ର ଜେନା, ପତଞ୍ଜଳି ଯୋଗ ପକ୍ଷରୁ ବିଜୟ କୁମାର ଗିରି, କ୍ଷେତ୍ର ମୋହନ ଗିରି, ଵିନୋଦ ବିହାରୀ ମହାନ୍ତି, ବ୍ରହ୍ମାକୁମାରୀ ପକ୍ଷରୁ ବନମାଳୀ ଜେନା, ପ୍ରବୀର କୁମାର ପ୍ରଧାନ, ବନମାଳି ଧଳ, ଫାଲଗୁନୀ ପାଣିଗ୍ରାହୀ, କୌଶିକ ଠକ୍କର, ପୁରେନ୍ଦ୍ର ସେନାପତି, ରବୀନ୍ଦ୍ର ପାତ୍ର, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମରେ ପରିଚାଳନା କରିବା ସହିତ ଯୋଗ କଲେ ରୋଗ ରହିବ ନାହିଁ ବୋଲି କହିଥିଲେ। ସାରା ପୃଥିବୀରେ ରୋଗକୁ ପ୍ରତିହତ କରିବା ପାଇଁ ଯୋଗର ଆବଶ୍ୟକତା ଅଛି ଓ ଏହି ଯୋଗ ଘରେ ଘରେ ଅଭ୍ୟାସ କରିବା ଉଚିତ୍ ବୋଲି ମଧ୍ୟ କହିଥିଲେ।ପତଞ୍ଜଳି ପକ୍ଷରୁ ଯୋଗ ଶିକ୍ଷକ ବିଜୟ କୁମାର ଗିରି ଯୋଗ ପ୍ରଶିକ୍ଷଣ ଦେଇଥିଲେ।ଏଥିରେ ବହୁ ଅନୁଷ୍ଠାନ ଓ ବହୁ ଶିକ୍ଷାର୍ଥୀ ଯୋଗଦାନ କରିଥିବା ବେଳେ ଦିଗମ୍ବରୀ ଦେବୀ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର କର୍ମଚାରୀ ଯୋଗ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଦୀପକ କୁମାର ସାହୁ, ଓମ୍ ପ୍ରକାଶ ସାହୁ, ଅନୁଜ କୁମାର ହୁଇ, ଫକିର ମୋହନ ପ୍ରଧାନ, ବିବେକାନନ୍ଦ ଗିରି, ହରିଶଙ୍କର ମହାନ୍ତି, ସୁଭାଶିଶ ମହାନ୍ତି, ହରେକୃଷ୍ଣ ଦେ, ଅଭିମନ୍ୟୁ ସାହୁ, ଗିରିଜା ଶଙ୍କର ରାଉତ, ବେଣୁଧର ରଣା, ରତ୍ନାକର ହାଁସଦା, ବ୍ରଜ ଗୋପାଳ ଧଳ, ବିଶ୍ଵନାଥ ଦାସ ଅଧିକାରୀ, ସୁବାସ ମହାନ୍ତ, ରାମ ଭତୋଷ ସାହୁ, ବିଶ୍ୱଜିତ ଦାସ, ଜ୍ୟୋତ୍ସ୍ନା ରାଣୀ ଘୋଷ, କୃଷ୍ଣ ମହାଳିକ, ଲିଜାଲି ଘୋଷ, ଅନୁରାଧା ବେହେରା, ସ୍ଵାତୀ ସ୍ୱାଗତିକା ରାଉଳ, ମାମୁନି ସିଂ, ପ୍ରିୟଙ୍କା ଜେନା, ଫୁଲ ମଣି ସୋରେନ, ମଇନା ରାଣୀ ଘୋଷ, ଲିଜା ରାଣୀ ଘୋଷ, ମାନସୀ ଘୋଷ, ଜ୍ୟୋସ୍ନା ବାରିକ ଓ କନକ ବେହେରା ପ୍ରମୁଖ ଯୋଗ ଶିବିରରେ ଭାଗ ନେଇ ତାଲିମ ଗ୍ରହଣ କରିଥିଲେ। ଶେଷରେ ଶ୍ରୀମତୀ ମଧୁଛନ୍ଦା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post