ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ବଡାଶ ଗ୍ରାମ ପଞ୍ଚାୟତର ଲକ୍ଷ୍ମୀ କାନ୍ତ ଦେ (ଧୂଳିଆ) ଙ୍କ ନେତୃତ୍ବରେ ବୁଧବାର ମାଣିକ ସିମୁଳିଆ, ଜଗାଇ, କାଠଶଗଡ଼ା, ପାକମୁଡ଼ି ଗ୍ରାମର ବହୁ ଗ୍ରାମବାସୀ ମିଳିତ ହୋଇ ସୁବର୍ଣ୍ଣରେଖା ନଦୀ ଅବବାହିକା ମାଣିକ ସିମୁଳିଆ ଠାରୁ ତାହାଲିଆ ପର୍ଯ୍ୟନ୍ତ ନଦୀବନ୍ଧକୁ ଲୋଣି ପାଣି ରୁକିବା ପାଇଁ ସ୍ଥାୟୀ ଲୋଣୀ ବନ୍ଧ ନିର୍ମାଣ କରିବା ସହିତ ଷୋଳସା ପଣ୍ଠାରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବର୍ଷା ଦିନରେ ସମୁଦ୍ରର ଲୋଣି ଜୁଆର ସୁବର୍ଣ୍ଣରେଖା ନଦୀରେ ପ୍ରବାହି ହୋଇ ବଡାଶ ଗ୍ରାମ ପଞ୍ଚାୟତର ଚାଷରେ ବ୍ୟାପକ କ୍ଷତି ଘଟାଇ ଥାଏ। ଏହା ଛଡା ଷୋଳସା ପଣ୍ଠାରେ ଥରେ ପାଣି ଜମିଗଲେ ସୂଚାରୁ ରୂପେ ଜଳ ନିଷ୍କାସନ ହୋଇ ପରେ ନାହିଁ। ଯାହାଦ୍ଵାରା ଧାନ ଚାଷ ସମ୍ପୂର୍ଣ ନଷ୍ଟ ହୋଇଯାଉଛି। ଏହି ସବୁ କ୍ଷୟ କ୍ଷତିରୁ ବାର୍ତିବ ପାଇଁ ଶ୍ରୀ ଦେଙ୍କ ନେତୃତ୍ବ ରେ ବୁଧବାର ସାର୍ଥକ ରଞ୍ଜିତ, ଅନନ୍ତ କରଣ, ମୃତ୍ୟୁଞ୍ଜ ୟ ଦେ, କ୍ଷିରୋଦ ଜେନା, ସଞ୍ଜୟ ରାଜ, ବିଜୟ ସେନାପତି, ଗୁଣକାର ଜେନା, ପିତାମ୍ବର ରାଉତ ଙ୍କ ସହିତ ବହୁ ଗ୍ରାମବାସୀ ବ୍ଲକ ଓ ତହସିଲ ରେ ଉପସ୍ଥିତ ହୋଇ ବିଡ଼ିଓ ଶ୍ରୀ ପଣ୍ଡା ଏବଂ ତହସିଲଦାର ଶ୍ରୀ ଦାଶ ଦାବି ପାତ୍ର ପ୍ରଦାନ କରିଛନ୍ତି।

Post a Comment