ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଜୋରଦାର ପ୍ରଚାର


ନୂଆପଡ଼ା( ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ମଣ୍ଡଳୀର ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ମାରାଥନ ପ୍ରଚାର କରିଛନ୍ତି। ଆଜି ସକାଳେ ସ୍ଥାନୀୟ ଏନଏସିର ରାଧାକୃଷ୍ଣ ପଡ଼ାରେ ପ୍ରଚାର ଆରମ୍ଭ କରିଥିଲେ। ପୂର୍ବାହ୍ନରେ କୋମନା ବ୍ଳକ କୁଶଦହନା, ଲଟକନପଡା, ମୁଣ୍ଡାପଲା, ଦିଆମୁଣ୍ଡା, ଝିପାବାହାଲ, ବାଗମୁଣ୍ଡା, କାଶିପଲା, ସାଲେପଡା, ବାଞ୍ଜିବାହାଲ, ପଲସିପାଣି, ତରବୋଡ଼, ସିଆଲଲଟିରେ ପ୍ରଚାର କରିଥିଲେ। କେନ୍ଦ୍ରର ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଅସ୍ତ୍ର କରି ଭୋଟରଙ୍କ ନିକଟତର ହେବାକୁ ସେ ଉଦ୍ୟମ କରୁଛନ୍ତି । ବରିଷ୍ଠ ନେତା ସରୋଜ ସାହୁ, ବିଶିଷ୍ଠ ସମାଜସେବି ବୈଶମ୍ପାୟନ ସାହୁ, ତୁଲସ ପଟେଲ, ସୁବାସପ୍ରଧାନ, ଛବି ଲୋଚନ ସାହୁ, ଭୁବନେଶ୍ଵର ସାହୁ, ଡମ୍ବରୁ ମହାନନ୍ଦ, ନିର୍ମଳ ଅହୀର, ଶଙ୍କର ଅହୀର, ପ୍ରଦୀପ ମହାପାତ୍ର, ଅର୍ଜୁନ ଜଗତ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।

Post a Comment

Previous Post Next Post