ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପିଲାଙ୍କ ସହ ମିଶି ଯୋଗ ପାଳିଲେ ଯୁବ ଅଧ୍ୟାପକ


କୋରାପୁଟ : (ଆଜତକ୍ ଓଡ଼ିଶା) ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗ କରିବା ଦ୍ୱାରା ଶରୀର ଓ ଦେହ ସୁସ୍ଥ ରହିଥାଏ । ପ୍ରତିବର୍ଷ ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଆଜି ଏକାଠି ହୋଇ ଉଭୟ ଶିକ୍ଷକ , ଛାତ୍ରଛାତ୍ରୀ ଏବଂ ପରିବାର ଏକତ୍ର ହୋଇ ଯୋଗାସନ କରିଥିଲେ । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ପରିବାର ଛାତ୍ରଛାତ୍ରୀମାନଙ୍କ ସହ ମିଶି ଯୋଗାସନ କରିଥିଲେ । କର୍ମମୟ ଜୀବନରେ ଯୋଗର ଆବଶ୍ୟକତା ରହିଅଛି । ଆଗାମୀ ଦିନରେ ଯୁବପୀଢ଼ିମାନେ ଦୈନନ୍ଦିନ ଯୋଗ କଲେ ନିରୋଗ ରହିପାରିବେ ବୋଲି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ନିଜ ମତ ରଖିଅଛନ୍ତି । ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ପିଲା ମାନଙ୍କ ମଧ୍ୟରେ ଆର୍ଯ୍ୟନ ମଣ୍ଡଳ, ସ୍ୱସ୍ତିକ ଦାସ, ପ୍ରାଚୀ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଅଛି । ଆଜି ଏହି ଦିବସରେ ପିଲା ଯୋଗ ଦିବସରେ ଯୋଗଦାନ କରି ନିଜକୁ ଆତ୍ମତୃପ୍ତି ଲାଭ କରିଛନ୍ତି ପିଲା ।

Post a Comment

Previous Post Next Post