ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଦେଉଳା ପଞ୍ଚାୟତ ଅଧିନସ୍ଥ ରଜ ପଡ଼ିଆ ଠାରେ ମାରାଂବୁରୁ ସାଅଁତା ସୁସାର ସେମଲେଦ୍ କ୍ଲବ୍ ଆନୁକୂଲ୍ୟରେ ରଜ ମହୋତ୍ସବ ଏବଂ ୩୯ତମ ବାର୍ଷିକ ଉତ୍ସବ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଶନିବାର ହୋଇଯାଇଛି । ଫାଇନାଲ ଖେଳ ବାଲେଶ୍ବର ଦଳ ସହିତ ୱେଷ୍ଟବେଙ୍ଗଲ ମୁର୍ମୁ ଇଲେଭେନ୍ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୦ ରେ ବାଲେଶ୍ବରକୁ ପରାସ୍ତ କରି ୱେଷ୍ଟବେଙ୍ଗଲ୍ ଇଲେଭେନ୍ ଷ୍ଟାର ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ଯକାରୀ ସଭାପତି ମାଟିର ଝିଅ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ଆଦିବାସୀ ଭାଇଭଉଣୀମାନଙ୍କ ସହ ମାଦଳର ତାଳେ ତାଳେ ନୃତ୍ୟରେ ଝୁମିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଜେନା ଫାଇନାଲ ଖେଳକୁ ଶୁଭାରମ୍ଭ କରି ସଭିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବରେ କ୍ଲବର ସଭାପତି ଖଗେନ୍ଦ୍ର ମୁର୍ମୁ ସଭାପତିତ୍ବ କରିଥିଲେ । ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୧ନଂ ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ଜେନା, ୨୨ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ୨୩ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ଯୁବ ନେତା ଶ୍ରୀକାନ୍ତ ନାଥ,ବିଶ୍ବନାଥ ଜେନା,ଅକ୍ଷୟ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍ ଏବଂ ରନର୍ସଅପ ଦଳକୁ ମୁଖ୍ୟ ଅତିଥି ଶ୍ରୀମତୀ ଜେନା ପୁରସ୍କୃତ କରିଥିଲେ । ଦେଉଳା ମାରାଂବୁରୁ ସାଅଁତା ସୁସାର ସେମଲେଦ୍ କ୍ଲବ୍ ର ସଦସ୍ୟମାନେ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ । ରଜ ପର୍ବ ଉପଲକ୍ଷେ ଆୟୋଜିତ ଫୁଟବଲ ଖେଳକୁ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା।

Post a Comment