ଛୋଟ ଏକ ପ୍ରୟାସ ଟିମ୍ ଗରିବ ପରିବାରକୁ ସହଯୋଗର ହାତ ବଢ଼ାଇଲେ


ହିନ୍ଦୋଳ, (ଆଜତକ୍ ଓଡ଼ିଶା) ହିନ୍ଦୋଳ ଉପଖଣ୍ଡ କୁକୁଟା ଗ୍ରାମରେ ରହୁଛନ୍ତି ମଙ୍ଗରାଳ ଗୋଛାୟତଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ, ପୁଅ ଓ ବୋହୂ । ମଙ୍ଗରାଜଙ୍କ ବୟସ ସତୁରିରୁ ଅଧିକ ହୋଇସାରିଛି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ସେ ନିଜେ ଅକର୍ମଣ୍ୟ ହୋଇଥିବା ବେଳେ ବାଉଁଶ ତି ଆରି ସାମଗ୍ରୀ କରି ପରିବାର ପୋଷୁଛନ୍ତି । ଘରେ ପୁଅ ଥିବା ବେଳେ ସେ ଅକର୍ମଣ୍ୟ, ବୋହୂ ବି ଅକର୍ମଣ୍ୟ ସରକାରୀ ଅନ୍ତୋଦୟ ଯୋଜନରୁ ମିଳୁଥିବା ୩୫କେଜି ଚାଉଳ ହିଁ ସାହା ଭରସା । ମଙ୍ଗରାଜ ଓ ସ୍ତ୍ରୀ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଏହି ଭଳି ଏକ ଅଭାବୀ ପରିବାର କୁକୁଟା ଗ୍ରାମ ରେ ଥିବା ଓଡ଼ିଆ ବନ୍ଧ ହୁଡାରେ ଜରି ପାଲ ଟାଣି ଦୀର୍ଘ ବର୍ଷ ଧରି ରହି ଆସୁ ଥିବା ବେଳେ ଘର ଖଣ୍ଡିଏ ପାଇ ପାରୁନାହାନ୍ତି । ଏ ନେଇ କୁକୁଟା ସରପଞ୍ଚ ସୁପ୍ରିମଞ୍ଜରୀ କହନ୍ତି ସେ ପରିବାର ସଦସ୍ୟଙ୍କ ଆଧାରକାର୍ଡ ନଥିବାରୁ ସେମାନେ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ଏପରି ଏକ ଘଟଣା ଛୋଟ ଏକ ପ୍ରୟାସ ଟିମର ନଜରକୁ ଆସିବା ପରେ ସେମାନେ ସହଯୋଗର ହାତ ବଢ଼ାଇ ଥିଲେ। ତାଙ୍କ ସହ କୁକୁଟା ଗ୍ରାମର କିଛି ସ୍ୱେଛାସେବୀ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ସମସ୍ତଙ୍କ ମିଳିତ ଉଦ୍ୟମରେ ଆଜିକୁ ପନ୍ଦରଦିନ ଧରି ପୋଖରୀ ହୁଡାରେ ନିର୍ମାଣ କଲେ ଏକ ଆଜବେଷ୍ଟସ ଘର ଯାହାର ନିର୍ମାଣ କାମ ସାରିବା ପରେ ସମାଜସେବୀ ଲୁଲୁ ସେନାପତିଙ୍କ କର କମଳରେ ଏହି ନୂତନ ଗୃହକୁ ମଙ୍ଗରାଜଙ୍କୁ ହସ୍ତାନ୍ତର କରାଯାଇଛି । ଛୋଟ ଏକ ପ୍ରୟାସ ଟିମ ଆଳକୁ ପ୍ରାୟ ଏକ ବର୍ଷ ତଳେ ମୁଣ୍ଡ ଟେକି ଗଢି ଉଠିଥିବା ବେଳେ ହିନ୍ଦୋଳ ଅଞ୍ଚଳର କୋଣ ଅନୁକୋଣରେ ଅସୁବିଧା ରେ ଥିବା ଗରିବ ଜନ ସାଧାରଣଙ୍କ ପାଖରେ ପହଞ୍ଚି ପାରିଛନ୍ତି । ଟିମ ସଦସ୍ୟଙ୍କ ଏଭଳି ପ୍ରୟାସକୁ ହିନ୍ଦୋଳ ବାସୀ ବେଶ ପ୍ରଶଂସା କରିଛନ୍ତି।

Post a Comment

Previous Post Next Post