ଅସହାୟ ମାନଙ୍କୁ ସେବା ପାଇଁ ମେ ଆଇ ହେଲ୍ପ ୟୁ ଜଳେଶ୍ୱର


ଜଳେଶ୍ୱର,୨୫/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ସହରରେ ଏକ ସାମାଜିକ ସଂଗଠନ ଗଡିଉଠିଛି ମେ ଆଇ ହେଲ୍ପ ୟୁ ମୋ ପରିବାର ଯାହାକି ଆଜକୁ ଦୀର୍ଘ ତିନିବର୍ଷ ଧରି ଲୋକଙ୍କୁ ବାଲେଶ୍ୱର ଜିଲ୍ଲା ସହିତ ସାରା ଓଡିଶାରେ ସେବା ଯୋଗାଇ ଆସୁଛି । ସୂଚନା ଅନୁଯାଇ ଜଳେଶ୍ୱର ଶାନ୍ତିଆ ଗ୍ରାମ ଦଶ ନମ୍ବର ୱର୍ଡ ରେ ଆଜକୁ ଦୀର୍ଘ ଦିନ ଧରି ବାସ କରୁଛନ୍ତି ଦେବେନ୍ଦ୍ର ପାତ୍ର ଏବଂ ତାଙ୍କ ସ୍ତ୍ରୀ ଘରେ ରୋଜଗାର କରିବା ପାଇଁ କେହି ନାହାନ୍ତି ତାହା ସହିତ ବାର୍ଦ୍ଧକ୍ୟ ଯୋଗୁଁ କିଛି କାଯ୍ୟ କରି ପାରୁନାହାନ୍ତି ନିଜ ବାସ ଭୂମି ନାହିଁ କିମ୍ବା ରହିବା ପାଇଁ ଖଣ୍ଡେ ଘର ନାହିଁ ଏକ ଚାଳଚଫର ଘରେ ବାସ କରୁଛନ୍ତି କିନ୍ତୁ ବର୍ଷା ଯୋଗୁଁ ଘରେ ତାଙ୍କର ପାଣି ପଡୁଛି । ଏହି ଖବର କୁ ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ ନଜରକୁ ଆସିଲା ପରେ ଏହି ପରିବାର କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହି ପରିବାର କୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ ସହିତ ତାଙ୍କ ଚାଳଚଫର ଘରେ ଏକ ଜରି ପଲିଥିନ ପକାଇ ରହିବାର ବ୍ୟବସ୍ତା କରିଛନ୍ତି । ଅନେକ ଥର ସରକାରଙ୍କ କହିବା ପରେ ଏହି ପରିବାର ଅବସ୍ଥା ଆଜି ଶୋଚନୀୟ ଅବସ୍ଥା ଦେଇ ଗତି କରୁଛି | ଏହି ପରିବାର ଜଳେଶ୍ୱର ତହସିଲଦାର ଙ୍କୁ ଏକ ତ୍ରିପଲ ପେପେର ଶହ ନିଜ ବାସ ସ୍ଥାନର ପଟା ପାଇଁ ଅନୁରୋଧ କରିଛନ୍ତି | ଏହି କାଯ୍ୟକ୍ରମ ରେ ମେ ଆଇ ହେଲ୍ପ ୟୁ ପ୍ରତିଷ୍ଠାତା ଜଗନ୍ନାଥ ପରିଡା,ହରିଚନ୍ଦନ ଦାସ, ରୋହିତ ଜେନା, ରାଜୀବ ଗିରି, ରଞ୍ଜନ କୁମାର ପାତ୍ର,ଆକାଶ ଘୋଷ ଉପସ୍ଥିତ ରହି ଏହି ପରିବାର କୁ ସାହାଯ୍ୟର ହାତ ବଢ଼ାଇଥିଲେ

Post a Comment

Previous Post Next Post